ବିଜେପିକୁ ପ୍ରମିଳାଙ୍କ ତାଚ୍ଛଲ୍ୟ

ବିଜେପିକୁ ପ୍ରମିଳାଙ୍କ ତାଚ୍ଛଲ୍ୟ

ବିଜେପିକୁ ପ୍ରମିଳାଙ୍କ ତାଚ୍ଛଲ୍ୟ
ଭୁବନେଶ୍ୱର: ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗତକାଲି ଗୃହ ହୁଲସ୍ତୁଲ ହେବା ପରେ ସରକାର ତାଙ୍କୁ କ୍ଲିନଚିଟ ଦେଇଛନ୍ତି । ତେବେ ଏହାକୁ ବିରୋଧ କରି ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କିନ୍ତୁ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି । ଏହି ପ୍ରସଙ୍ଗରେ ସେ ବିଜେପିକୁ ଟାର୍ଗେଟ କରିବା ସହ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ କ’ଣ ଯାଇପାରିବେନି । ବିଜେପିକୁ କ’ଣ ପଚାରିବି ନେଇ କି ଯିବେ ବୋଲି କହି ସେ ବିଜେପିକୁ ତାଚ୍ଛଲ୍ୟ କରିଛନ୍ତି । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ସହ ଯାଇଥିବା ମହିଳାମାନଙ୍କ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇନଥିବା ସରକାର ଗତକାଲି ସ୍ପଷ୍ଟ କରିଦେଇଛନ୍ତି । ଏହା ସତ୍ୱେ ବିଜେପି ଅଯଥାରେ ଏହାକୁ ପ୍ରସଙ୍ଗ କରୁଛି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ପ୍ରକାଶ ଯେ, ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ କ୍ଲିନଚିଟ ଦିଆଯିବା ପ୍ରସଙ୍ଗରେ ବିଜେପି ବର୍ଷିଥିଲା । ମନ୍ତ୍ରୀଙ୍କ ସହ ୨ ମହିଳାଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ବିଜେପି ନେତା ବିଷ୍ଣୁ ସେଠୀ ବର୍ଷିଥିଲେ । ପ୍ରମାଣ ସତ୍ୱେ ମନ୍ତ୍ରୀଙ୍କୁ ସରକାର କ୍ଲିନଚିଟ ଦେଇଦେଲେ ବୋଲି ଶ୍ରୀ ସେଠୀ ଅଭିଯୋଗ କରିଥିଲେ । ଗୃହରେ ଏନେଇ ଆମକୁ ଚ୍ୟାଲେଞ୍ଜ କରିବାକୁ ସୁଯୋଗ ବି ଦିଆଗଲାନି । ମନ୍ତ୍ରୀ ପଦରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଉ ବୋଲି ଶ୍ରୀ ସେଠୀ ଦାବି କରିଥିଲେ ।