ନବଜ୍ୟୋତିଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ବାହିନୀପତି

ନବଜ୍ୟୋତିଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ବାହିନୀପତି

ନବଜ୍ୟୋତିଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ବାହିନୀପତି
ଭୁବନେଶ୍ୱର: ବାଲେଶ୍ୱର ସଦର ବିଧାନସଭାର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତୁ୍ୟ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ଆସନଟି ବିଜେପି ପାଇଁ ଯେତିକି ମର୍ଯ୍ୟାଦାପୂର୍ଣ୍ଣ ବିଜେଡି ପାଇଁ ସେତିକି ଆହ୍ୱାନ । ତେବେ କଂଗ୍ରେସ ଏହି ବିଧାନସଭା ଆସନରେ ଜଣେ ଟାଣୁଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି । କଂଗ୍ରେସ ପାଇଁ ବାଲେଶ୍ୱର ସଦର ଆସନଟି ସମ୍ମାନର ପ୍ରଶ୍ନ ହୋଇଥିବାରୁ ପର୍ଯ୍ୟବେକ୍ଷକ ଭାବେ ଦଳର ବିରଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଯୁକ୍ତି କରାଯାଇଛି । ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଉପ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ବୋଲି ବାଲେଶ୍ୱର ବହୁ ନେତା ଓ କର୍ମୀ ଦାବି କରିଥିବା ଏହି ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଶ୍ରୀ ବାହିନୀପତି କହିଛନ୍ତି । ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ୨୦୧୯ ରେ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନ ହାରିଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ସହିତ ସଂଗଠନ ସୁଦୃଢ଼ କରିବା ଦିଗରେ କାମ କରୁଥିବା ବହୁ ଲୋକ ତାଙ୍କୁ ଫୋନ କରିଥିବା ଶ୍ରୀ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି । ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନରେ କଂଗ୍ରେସ କିଭଳି ସଫଳତା ହାସଲ କରିବ ସେଥିପାଇଁ ସବୁ ଦଳ ସବୁମତେ ଲଢେ଼ଇ କରିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଏଠାରୁ ପ୍ରାର୍ଥିତ୍ୱ ନେଇ ପିସିସି ସଭାପତି ଓ ତାଙ୍କ ପୁଅ ନବଜ୍ୟୋତିଙ୍କ ସହିତ ଆଲୋଚନା କରିବେ । ଦଳର ନେତାମାନଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ନିଷ୍ପତ୍ତି ନିଆଯିବ ବୋଲି ବାହିନୀପତି କହିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛି ।