ସରକାରଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ଅନ୍ୟତମ ଯୋଜନା :ବିଜୟ

ସରକାରଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ଅନ୍ୟତମ ଯୋଜନା :ବିଜୟ

ସରକାରଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ଅନ୍ୟତମ ଯୋଜନା :ବିଜୟ
ଭୁବନେଶ୍ୱର:ନିର୍ବାଚନ ହାରିବା ପରେ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାରା ପାଟକୁରାକୁ ଚାରି ଆଡୁ ଘେରାବନ୍ଦୀ କରି ରଖାଗଲା । ତିନି ମାସ ଭିତରରେ ଭାରତ ବର୍ଷରେ ଏପରି ନିର୍ବାଚନ ହୋଇନି । ୭୦ ଜଣ ବିଧାୟକ , ୧୪ ଜଣ ମନ୍ତ୍ରୀ ଓ ଶହ ଶହ ସଂଖ୍ୟାରେ ସାଧା ପୋଷାକରେ ପୋଲିସ ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ । କାହିଁକି ନିୟୋଜିତ କରି ଏତେ ବଡ ଘଟଣା ଘଟାଇଲେ ମୁଁ ବୁଝି ପାରୁ ନାହିଁ । ଯେଉଁମାନେ ଏ ଘଟଣା ଘଟାଇଲେ ସେମାନେ ତାର ଉତର ଦେଇପାରିବେ । କିନ୍ତୁ ମୁଁ ନିର୍ବାଚନ ପ୍ରଚାର ବେଳେ ଲୋକମାନଙ୍କ ସମର୍ଥନ , ଲୁହ ଓ ମୋ ପ୍ରତି ଥିବା ଭାବ ବେଗ ଦେଖିଛି । ଏ ଘଟଣା ଘଟିବ ବୋଲି ମୋର ବିଶ୍ୱାସ ନଥିଲା । ଯେଉଁମାନେ ଘେରାବନ୍ଦୀ କରି ପାଟକୁରାକୁ ରଖିଲେ ସେମାନେ ସ୍ପଷ୍ଟ ଉତର ଦେବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଗୋଟିଏ ଆସନ ପାଇଁ କଣ ଆବଶ୍ୟକତା ଥିଲା । ଗୋଟିଏ ଆସନକୁ ଜିତିଲେ ଲାଭ କଣ କ୍ଷତି କଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର । ଆହୁରୀ କହିଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା ହୋଇଛି ସେଥି ମଧ୍ୟରୁ ସରକାର ବଡ ଯୋଜନା ହେଲା କିଲ୍ ବିଜୟ ପ୍ରୋଜେକ୍ଟ ଅନ୍ୟତମ ଅଟେ । କିଲ୍ ବିଜୟ ପ୍ରୋଜେକ୍ଟ ତାଙ୍କର ସଫଳ ହୋଇଛି । ତାଙ୍କୁ ଅଭିନନ୍ଦନ ଜଣାଉଛି । ରାଜନୀତିରେ ସମସ୍ତଙ୍କର ଦିନେ ନା ଦିନେ ପୂର୍ଣ୍ଣଛେଦ ସମୟ ଆସିବ । ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଚ୍ଛେଦ ସମୟ ଆସିବ । ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ରାଜନୀତିରେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନଥିବେ । ରାଜନୀତିରେ କେହି ଅଜେୟ, ଅମର ହୋଇ ରହିପାରି ନାହାନ୍ତି । ୨୦ ବର୍ଷ ପରେ ୮୦ ହଜାର ସମର୍ଥନ ପାଇଁ ମୋ ପାଇଁ ସବୁଠୁ ସ୍ମରଣୀୟ ଘଟଣା । ସେ ଦୃଷ୍ଟିରୁ ମୁଁ ସେ ଅଂଚଳକୁ ବା ସେ ମାଟିକୁ ଛାଡି ପାରିବିନି କି ରାଜନୀତି ଛାଡି ପାରିବିନି ବୋଲି ବିଜୟ ମହାପାତ୍ର କହିଛନ୍ତି । ଘେରାବନ୍ଦୀ କରିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଛି । ମୋ ସହ ଆଲୋଚନା ବେଳେ ଅନ୍ତରର ସମର୍ଥନ ଜଣାଇଛନ୍ତି । ସେମାନେ ଜାଣିନାହାନ୍ତି ସେମାନଙ୍କ ଭବିଷ୍ୟତ କଣ ହେବ । ସାଧାରଣ ନିର୍ବାଚନ ବେଳେ ଭୋଟ ହୋଇଥିଲେ ଫଳ ଅଲଗା ହୋଇଥାନ୍ତା । ଉଦେ୍ଧଶ୍ୟମୂଳକଭାବେ ନିର୍ବାଚନକୁ ବିଳମ୍ବ କରାଗଲା । ଅନ୍ୟପକ୍ଷରେ ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାବ ଦେବ । ସେ କହିଛନ୍ତି ଯେ, ଘେରାବନ୍ଦୀ ରାଜନୀତି ବିଜୁ ବାବୁଙ୍କ ଅମଳରୁ ଆରମ୍ଭ ହୋଇଛି । ରାଇରଙ୍ଗପୁର ଉପନିର୍ବାଚନରେ ହୋଇଥିଲା । ସେତେବେଳେ ବିଜୟ ବାବୁ ସେନାପତି ଥିଲେ । ଆମେ ସବୁ ଉପନିର୍ବାଚନରେ ଏମିତି ମିଶି କରି ଲଢିଛୁ । ଦୁଇ ପ୍ରାର୍ଥୀଙ୍କ ଭିତରେ ଯେମିତି ଲଢେଇ ହୁଏ, ସେମିତି ଲଢିଛୁ । ଘେରାବନ୍ଦୀ ଅଭିଯୋଗ ଭୁଲ, ଆମେ ମୋଟ ୨୧ ବିଧାୟକ ଓ ମନ୍ତ୍ରୀ ଥିଲୁ । କିଲ ବିଜୟ ଉକ୍ତି ଗଣମାଧ୍ୟମର ମନଗଢା କାହାଣୀ । ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାର ଏକମାତ୍ର କ୍ଷମତା ଭୋଟରଙ୍କର ବୋଲି ପ୍ରତାପ ଦେବ କହିଛନ୍ତି ।