ଶିବରାଜ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ

ଶିବରାଜ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ

ଶିବରାଜ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ମନ୍ତ୍ରିମଣ୍ଡଳ ପ୍ରଥମ ସମ୍ପ୍ରସାରଣ କରିଛନ୍ତି । ଏଥିରେ ତିନିଜଣ ପୁରୁଣା ଓ ଦୁଇ ଜଣ ନୂଆ ବିଧାୟକଙ୍କୁ ସେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ସାମିଲ କରିଛନ୍ତି । ଏଥିପାଇଁ ମଧ୍ୟପ୍ରଦେଶ ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଏହି ୫ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିବା ବେଳେ ନିଜେ ଶ୍ରୀ ଚୌହାନ ଉପସ୍ଥିତ ଥିଲେ । ଏହି ନୂତନ କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରୁ ତିନି ଜଣ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ର, ମୀନା ସିଂହ ଓ କମଳ ପଟେଲ ଥିବା ବେଳେ ଦୁଇଜଣ ହେଉଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ତୁଳସୀ ଶିଲାୱତ ଓ ଗୋବିନ୍ଦ ସିଂହ ରାଜପୁତ ।