ପରିଚୟ ପତ୍ର ଦେଖାଇ ଯାଇପାରିବେ ଶ୍ରମିକ

ପରିଚୟ ପତ୍ର ଦେଖାଇ ଯାଇପାରିବେ ଶ୍ରମିକ

ପରିଚୟ ପତ୍ର ଦେଖାଇ ଯାଇପାରିବେ ଶ୍ରମିକ
ଭୁବନେଶ୍ୱର: ଲକଡାଉନ ବା ତାଲାବନ୍ଦ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ସରକାର କଟକଣା କୋହଳ କରିଛନ୍ତି । ଏଭଳି ସ୍ଥିତିରେ ଶ୍ରମିକମାନଙ୍କ ଯିବା ଆସିବା ପାଇଁ ସେମାନଙ୍କ ସଂସ୍ଥା କିମ୍ବା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଗ୍ରହଣୀୟ ହେବ । ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ, ଭୁବନେଶ୍ୱର କଟକ ପୁଲିସ କମିସନରେଟ କମିସନର ଓ ସମସ୍ତ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ବିଷୟରେ ପୁଣି ଥରେ ଅବଗତ କରାଇଛନ୍ତି । ଚିଠିରେ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶତାଧିକ ଶ୍ରମିକମାନଙ୍କୁ ପୁଲିସ ଓ ଜିଲ୍ଲା ପ୍ରଶାସନ ପାସ ଦେବା ସମ୍ଭବ ନୁହେଁ । ସେଥିପାଇଁ କଟକଣା କୋହଳ ସମୟରେ ପରିଚୟ ପତ୍ର ଆଧାରରେ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇପାରିବ । ଅନୁମତି ପାଇଥିବା ସଂସ୍ଥା କିମ୍ବା ଦୋକାନ ସେମାନଙ୍କ କର୍ମଚାରୀଙ୍କ ତାଲିକା ପ୍ରଦାନ କରିବେ । ଶ୍ରମିକମାନେ ପାଦରେ ଚାଲି କିମ୍ବା ବାଇସାଇକେଲ ବ୍ୟବହାର କରି କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ ।