ଓଡ଼ିଶାରେ ୨୬ ଯାଏ କାଳବୈଶାଖୀ, ୨୯ ରେ ଲଘୁଚାପ

ଓଡ଼ିଶାରେ ୨୬ ଯାଏ କାଳବୈଶାଖୀ, ୨୯ ରେ ଲଘୁଚାପ

ଓଡ଼ିଶାରେ ୨୬ ଯାଏ କାଳବୈଶାଖୀ, ୨୯ ରେ ଲଘୁଚାପ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ । କୁଆପଥର ବର୍ଷା ବି ହୋଇପାରେ । ୨୬ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।