ଲକଡାଉନରେ ଖୋଲା ରହିବ ସ୍କୁଲ ବହି ଦୋକାନ

ଲକଡାଉନରେ ଖୋଲା ରହିବ ସ୍କୁଲ ବହି ଦୋକାନ

ଲକଡାଉନରେ ଖୋଲା ରହିବ ସ୍କୁଲ ବହି ଦୋକାନ
ଲକଡାଉନ ସମୟରେ ସ୍କୁଲ ବହି ଦୋକାନ ଖୋଲା ରହିବ । ଏହା ସହିତ ବିଦ୍ୟୁତ ଫ୍ୟାନ ବିକୁଥିବା ଦୋକାନ ଏବଂ ପ୍ରିପେଡ ମୋବାଇଲ ରିଚାର୍ଜ କେନ୍ଦ୍ର ମଧ୍ୟ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଲକଡାଉନ ସମୟରେ କେନ୍ଦ୍ର ସରକାର ଯେଉଁ କେତେକ ସେବାକୁ କଟକଣାରୁ ବାଦ ଦେଇଥିଲେ ଏଥିରେ ଉପରୋକ୍ତ ସେବାକୁ ସାମିଲ କରାଯାଇଛି । ଏହା ସହିତ ସହରାଞ୍ଚଳରେ ପାଉଁରୁଟି କାରଖାନା ଓ ଅଟାକଳ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ପୂର୍ବ ଭଳି ସର୍ତ ଲାଗୁ ରହିବ । କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ କଟକଣା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରହିବ ।