ଡିଜିପି ଭାବେ ଦାୟିତ୍ୱ ନେଲେ ବି.କେ ଶର୍ମା

ଡିଜିପି ଭାବେ ଦାୟିତ୍ୱ ନେଲେ ବି.କେ ଶର୍ମା

 ଡିଜିପି ଭାବେ ଦାୟିତ୍ୱ ନେଲେ ବି.କେ ଶର୍ମା
ଭୁବନେଶ୍ୱର: ଶର୍ମାଙ୍କ ସ୍ଥାନରେ ଶର୍ମା । ରାଜେନ୍ଦ୍ର ଶର୍ମାଙ୍କ ସ୍ଥାନରେ ବି.କେ ଶର୍ମା । ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମା ଡିଜିପିଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆନୁଷ୍ଠାନିକଭାବେ ଶ୍ରୀ ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ଶର୍ମା ଅନ୍ୟତ୍ର ନିଯୁକ୍ତି ପାଇବାରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ଦିଆଯାଇଛି । ରାଜେନ୍ଦ୍ର ଶର୍ମାଙ୍କ ସ୍ଥାନରେ ବି.କେ ଶର୍ମାଙ୍କୁ ଅତିରିକ୍ତଭାବେ ଡିଜିପି ଦାୟିତ୍ୱ ଦିଆଯାଇଛି । ଏବେ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି ଶ୍ରୀ ଶର୍ମା । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ।