ହାତୀ ପାଇଁ ‘ଗଜବନ୍ଧୁ’ ଯୋଜନା

ହାତୀ ପାଇଁ ‘ଗଜବନ୍ଧୁ’ ଯୋଜନା

ହାତୀ ପାଇଁ ‘ଗଜବନ୍ଧୁ’ ଯୋଜନା
ଭୁବନେଶ୍ୱର: ଗତ କିଛି ବର୍ଷ ହେଲା ବିପଦରେ ଗଜରାଜ । କେଉଁଠି ବିଦୁ୍ୟତ ଆଘାତରେ ତ କେଉଁଠି ଟ୍ରେନ ଧକ୍କାରେ ପ୍ରାଣ ହରାଉଛନ୍ତି ଗଜରାଜ । ତେବେ ବର୍ତ୍ତମାନ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଆରମ୍ଭ ହେବ ‘ଗଜବନ୍ଧୁ’ ଯୋଜନା । ଏହି ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ । ହାତୀଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଲେ ଏବେ ସୂଚନାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ । ଏହାଛଡ଼ା ହାତୀଙ୍କ ଚଳପ୍ରଚଳ ରାସ୍ତାରେ ସିସିଟିଭି ମଧ୍ୟ ଲଗାଯିବ । ଦୁର୍ଘଟଣା ରୋକିବାକୁ ୬୫ଟି ସ୍ଥାନରେ ସ୍ପିଡ ବ୍ରେକର ମଧ୍ୟ ଲଗାଯିବ ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।