୯ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

୯ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

୯ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନ ସରିବାକୁ ପ୍ରାୟ ୨୦ ଘଂଟା ବାକି ଥିବାବେଳେ ପେଡି ଖୋଲିଛନ୍ତି ନବୀନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ ୭ ଟି ବିଧାନସଭା ଆସନ ସମେତ ମୋଟ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏଥିରେ ୪ ବିଧାୟକଙ୍କ ଟିକେଟ କଟିଛି । ୨ ଟି ଆସନରେ ବିଧାୟକଙ୍କୁ ପୁଣି ଥରେ ସୁଯୋଗ ମିଳିଛି । ଆଉ ୨ଟି ଆସନରେ ରାଜନେତାଙ୍କ ପରିବାର ସଦସ୍ୟ ବାଜି ମାରି ନେଇଛନ୍ତି । ବଲାଙ୍ଗିର ରାଜ ପରିବାରର ଭେଟେରାନ୍ ଅନଙ୍ଗ ଉଦୟ ସିଂହଦେଓ ସାନ ପୁଅର କ୍ୟାରିୟର ପାଇଁ ବେଶ ଚିନ୍ତିତ ଥିଲେ । ବିଜେଡି ଟିକେଟ ଘୋଷଣା ପୂର୍ବରୁ ଖେଳିଲେ ଗେମ୍ । ନିଜେ ନିର୍ବାଚନ ନ ଲଢିବା ପାଇଁ ଖୋଲା ଘୋଷଣା କରି ଦୁଇ ପୁଅଙ୍କୁ ଟିକେଟ ପାଇଁ ଖୋଲା ଘୋଷଣା କରି ଦୁଇ ପୁଅଙ୍କୁ ଟିକେଟ ପାଇଁ ଜୋରଦାର ଲବି କଲେ । ବଡ ପୁଅ କଳିକେଶ ପ୍ରଥମ ଦଫାରେ ବଲାଙ୍ଗିର ଲୋକସଭା ଆସନ ଟିକେଟ ହାତେଇଲେ । ଆଉ ଆଜି ବାଜି ମାରିନେଲେ ସାନପୁଅ ଅର୍କେଶ । ସେ ବଲାଙ୍ଗିର ବିଧାନସଭାରୁ ବିଜେଡି ଟିକେଟରେ ଲଢିବେ । ବଲାଙ୍ଗିର ବି ଏଥର ଦେଖିବ ନୂଆ ଲଢେଇ । ଲୋକସଭା ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କୁ ନିଜେ କଳିକେଶ ମୁକାବିଲା କରିବେ । ଆଉ ବଲାଙ୍ଗିର ବିଧାନସଭା ଆସନ ପାଇଁ ନରସିଂହଙ୍କୁ ଟକ୍କର ଦେବେ ଏୟୁଙ୍କ ସାନ ପୁଅ ଅର୍କେଶ ।