ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ ମହାପାତ୍ର

ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ ମହାପାତ୍ର

ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ ମହାପାତ୍ର
ଭୁବନେଶ୍ୱର: ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି । ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗତ ୩ ମାସ ଧରି ବେଦପ୍ରକାଶ ଚିକିତ୍ସିତ ହେଉଥିଲେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଯେଉଁମାନେ ତାଙ୍କୁ ନିର୍ବାଚନରେ ଛିଡ଼ା କରାଇଥିଲେ ସେମାନେ ତାଙ୍କ ପ୍ରତି ନ୍ୟାୟ କରିନଥିଲେ । ସେ ରୋଗ ଶଯ୍ୟାରେ ଥିଲେ ମଧ୍ୟ ତାଙ୍କୁ ଟିକେଟ ଦେଇ ବିଜେଡି ତାଙ୍କ ପ୍ରତି ନ୍ୟାୟ କରିନି । ଏଥିସହ ତାଙ୍କ ପରଲୋକରେ ସେ ବ୍ୟକ୍ତିଗତଭାବେ ମର୍ମାହତ ବୋଲି କହିଛନ୍ତି । ପ୍ରକାଶ ଯେ, ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରାଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ପାଟକୁରାରୁ ୨୦୦୯ ଓ ୨୦୧୪ରେ ସେ ବିଧାୟକ ଥିଲେ । ।