ଚାଷୀଙ୍କ ପାଇଁ ଓଡିଶାର ୬ଟି ପ୍ରସ୍ତାବ:କୃଷିମନ୍ତ୍ରୀ
ଚାଷୀଙ୍କ ପାଇଁ ଓଡିଶାର ୬ଟି ପ୍ରସ୍ତାବ:କୃଷିମନ୍ତ୍ରୀ
admin
Aug 17, 2019 - 10:12
Updated: Aug 17, 2019 - 10:12
ଭୁବନେଶ୍ୱର:ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଚାଷୀଙ୍କ ଉନ୍ନତି ପାଇଁ ହୋଇଥିବା ଆଲୋଚନା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୃଷକଙ୍କ ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି । ଭାଗଚାଷୀ ଯେପରି ସହଜରେ କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି । ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି । ମତ୍ସ୍ୟଚାଷୀମାନଙ୍କୁ ବୀମାରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସହାନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଛଡ଼ା ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀକୁ ସୁଦୃଢ ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।