ଅବସର ନେଲେ ବିଧାନସଭା ସଚିବ

ଅବସର ନେଲେ ବିଧାନସଭା ସଚିବ

ଅବସର ନେଲେ ବିଧାନସଭା ସଚିବ
ଭୁବନେଶ୍ୱର:ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ ଅବସର ନେଇଛନ୍ତି । ବର୍ତମାନ ପାଇଁ ବିଧାନସଭାର ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁ ଏହି ଦାୟିତ୍ୱରେ ରହିବେ । ବିଧାନସଭା ସଚିବାଳୟ ପକ୍ଷରୁ ତାଙ୍କ ଅବସର ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ପଂଚମ ଥର ପାଇଁ ଶ୍ରୀ ଷଡଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ । ରାଜ୍ୟପାଳ ଏହାକୁ ଅଗ୍ରାହ୍ୟ କରିବା ଫଳରେ ସେ ଚାକିରିରୁ ଅବସର ନେଇଛନ୍ତି । ୨୦୧୩ ଏପ୍ରିଲ ୧ ରୁ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାରିଟି ପର୍ଯ୍ୟାୟରେ ଶ୍ରୀ ଷଡଙ୍ଗୀଙ୍କ କାର୍ଯ୍ୟକାଳ ୭ ବର୍ଷ ବୃଦ୍ଧି କରାଯାଇଥିଲା । ପଂଚମ ଥର ପାଇଁ କାର୍ଯ୍ୟକାଳ ବୃଦ୍ଧି ନେଇ ସୁପାରିସ କରାଯାଇ ଥିବା ବେଳେ ତାହା ଅଗ୍ରାହ ହୋଇଛି ।