କ୍ଷୀର ବିକାଳିଙ୍କଠୁ ହାରିଥିଲେ ଆମ୍ବେଦକର

କ୍ଷୀର ବିକାଳିଙ୍କଠୁ ହାରିଥିଲେ ଆମ୍ବେଦକର

କ୍ଷୀର ବିକାଳିଙ୍କଠୁ ହାରିଥିଲେ ଆମ୍ବେଦକର
ନୂଆଦିଲ୍ଲୀ: ଜନତାଙ୍କ ଭୋଟ୍ ଅସ୍ତ୍ରରେ ରଥୀ ମହାରଥୀ ନିର୍ବାଚନ ରଣାଙ୍ଗନରେ ପରାସ୍ତ ହେବାର ଢେର ପ୍ରମାଣ ରହିଛି । ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଭାରତୀୟ ସମ୍ବିଧାନ ପ୍ରଣେତା ବି ଆର୍ ଆମ୍ବେଦକର । ଦେଶରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ଆମ୍ବେଦକର ପରାଜୟର ସମ୍ମୁଖୀନ ହୋଇଥିଲେ । ସେ ପୁଣି ଜଣେ କ୍ଷୀର ବିକାଳିଙ୍କ ଠାରୁ । କାଜରୋଲକର ନାରାୟଣ ସାଡୋବା ନାମକ ଜଣେ କ୍ଷୀର ବିକାଳି କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିଲେ । ଆମ୍ବେଦକର ନିଜସ୍ୱ ଦଳ ଏସ୍ସିଏଫ୍ ଗଠନ କରି ସେହି ଦଳରୁ ନିର୍ବାଚନ ଲଢିଥିଲେ । ଉଭୟ ତତ୍କାଳୀନ ବମ୍ବେ ତଥା ବର୍ତମାନର ମୁମ୍ବାଇରୁ ନିର୍ବାଚନ ଲଢିଥିଲେ । କିନ୍ତୁ, ସେତେବେଳେ କଂଗ୍ରେସ ହାୱା ଏତେ ଅଧିକ ଥିଲା ଯେ , ସମ୍ବିଧାନ ରଚିପାରିଥିବା ଦଗ୍ବିଜୟୀ ନେତା ଆମ୍ବେଦକର ମଧ୍ୟ କ୍ଷୀର ବିକାଳି ଆଗରେ ପରାଜିତ ହୋଇଥିଲେ ।