ମଙ୍ଗଳଗ୍ରହରେ ପାଦ ରଖିବେ ମହିଳା
ମଙ୍ଗଳଗ୍ରହରେ ପାଦ ରଖିବେ ମହିଳା
admin
Mar 14, 2019 - 10:15
Updated: Mar 14, 2019 - 10:15
ଓ୍ବାଶିଂଟନ : ମଙ୍ଗଳରେ ପ୍ରଥମେ ପାଦ ରଖିବେ ମହିଳା । ମଙ୍ଗଳଗ୍ରହକୁ ମାନବ ମିଶନ ସ୍ପେସ୍ ନେଇ ଏଜେନ୍ସି ନାସା ପକ୍ଷରୁ ପ୍ରୟାସ ଜାରି ରହିଛି। ଏଠାରେ ପ୍ରଥମେ ପାଦ ରଖିବା ଶ୍ରେୟ ଜଣେ ମହିଳା । ରେଡ଼ିଓ ଟକ୍ ଶୋ ସାଇନ୍ସ ଫ୍ରାଇଡେରେ ଜିମ୍ ଏପରି କହିଛନ୍ତି। ମିଳିବାର ସୂଚନାରୁ ଜଣାଯାଇଛି ଯେ ନାସା ପ୍ରବନ୍ଧକ ଜିମ୍ ବ୍ରାଇଣ୍ଡେଷ୍ଟିନ୍ ସୂଚନା ଦେଇଛନ୍ତି । ସେ କୌଣସି ମହିଳାଙ୍କ ନାମ ନେଇ ନ ଥିଲେ ମଧ୍ୟ ଏଥିରେ ମହିଳାଙ୍କୁ ସୁଯୋଗ ଦିଆଯିବା ନେଇ ସଙ୍କେତ ଦେଇଛନ୍ତି। ସୂଚନାଯୋଗ୍ୟ, ୧୯୭୮ରେ ନାସା ପକ୍ଷରୁ ମହାକାଶ ଯାତ୍ରୀଙ୍କ ମ୍ୟରେ ୬ ଜଣ ମହିଳାଙ୍କୁ ସାମିଲ୍ କରାଯାଇଥିଲା। ଇତମଧ୍ୟରେ ନାସା ପକ୍ଷରୁ ଏହାର ମହାକାଶ ଯାତ୍ରା କ୍ଷେତ୍ରରେ ୩୪ ପ୍ରତିଶତ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୩ରେ ନାସା ପକ୍ଷରୁ ମଙ୍ଗଳ ମାନବ ମିଶନ ଆରମ୍ଭ କରାଯାଇଥିଲା। ଏଥିପାଇଁ ସେହି ବର୍ଷ ୬ହଜାର ଶହେ ଜଣ ଲୋକ ଆବେଦନ କରିଥିଲେ।