ତେଲ ଲିକ ହେଲେ ବିପଦ :ସଚିବ

ତେଲ ଲିକ ହେଲେ ବିପଦ :ସଚିବ

ତେଲ ଲିକ ହେଲେ ବିପଦ :ସଚିବ
ଭୁବନେଶ୍ୱର: ତେଲ ଲିକ ହେଲେ ବିପଦ । ମାଲେସୀୟ ଜାହାଜ ‘ଜିନ ୱା’ରୁ ତେଲ ଲିକ ଡର ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ଜଙ୍ଗଲ ପରିବେଶ ବିଭାଗ ଅତିରିକ୍ତ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ଯେ, ଜାହାଜରେ ୩୦ ହଜାରରୁ ଅଧିକ ଲିଟର ତେଲ ଥିବା ଜଣାପଡ଼ିଛି । ତେଲ ଲିକ ହେବା ଆଶଙ୍କା ନେଇ କୋଷ୍ଟଗାର୍ଡ ସତର୍କ କରାଇଛି । ଜାହାଜରୁ ତେଲ ଲିକ ହେଲେ ଚିଲିକା ଜୈବ ମଣ୍ଡଳ ପାଇଁ କ୍ଷତିକାରକ । ଜାହାଜରୁ ତେଲ କାଢି ନେବାକୁ କୋଷ୍ଟଗାର୍ଡ ପରାମର୍ଶ ଦେଇଛି । ଏ ସମ୍ପର୍କରେ ଯାହାକୁ ଜଣାଇବା କଥା ଆମେ ଜଣାଇଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପ୍ରକାଶ ଯେ, ମାଲେସିଆ ଜାହାଜରୁ ତେଲ ଲିକ ସମ୍ଭାବନା କମ ଅଛି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କିଛି ସମୟ ପୂର୍ବରୁ କହିଥିଲେ । ସେ କହିଥିଲେ ଯେ, ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି । ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି । ଜାହାଜରୁ ତେଲ ଲିକ ହେବା ସମ୍ଭାବନ କମ ରହିଛି । ଆମେ ଏସଓପିରେ କାମ କରୁଛୁ ବୋଲି ସେ କହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାହାଜ ‘ଜିନ ୱା’ ତେଲ ଲିକ ସମ୍ଭାବନା ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଥିଲା । ଜାହାଜରେ ମୋଟ ୩୩ ହଜାର ଲିଟର ତେଲ ଥିବା କୋଷ୍ଟଗାର୍ଡ ଜଣାଇଥିଲା ।