ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ବ୍ରହ୍ମପୁର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଆଙ୍କୁଲି ରେଳ ଧାରଣାରୁ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଆଜି ସକାଳେ କିଛି ଲୋକ ଆଙ୍କୁଲି ରେଳ ଧାରଣାରେ ୨ଜଣଙ୍କ ମୃତଦେହ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ୨ଟି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।