ଆଜିଠୁଁ କଇଛଁ କଟକଣା : ମତ୍ସ୍ୟଜୀବୀଙ୍କୁ ୪୭ ଦିନ ସମୁଦ୍ର ମନା

ଆଜିଠୁଁ କଇଛଁ କଟକଣା : ମତ୍ସ୍ୟଜୀବୀଙ୍କୁ ୪୭ ଦିନ ସମୁଦ୍ର ମନା

ଆଜିଠୁଁ କଇଛଁ କଟକଣା : ମତ୍ସ୍ୟଜୀବୀଙ୍କୁ ୪୭ ଦିନ ସମୁଦ୍ର ମନା
ଭଦ୍ରକ : ସାରା ଦେଶରେ ସାମୁଦ୍ରିକ ମତ୍ସ୍ୟ ସଂପଦ କମିଯାଉଥିବାରୁ ଗତ ୧୦ ବର୍ଷ ତଳୁ ଆରମ୍ଭ ହୋଇଥିବା ମାଛଧରା ମନା ସମୟ ପୂର୍ବ ପରି ଆଜିଠାରୁ ଆରମ୍ଭ ହେଉଛି । ଏହା ସହିତ ଏବେ ଯୋଡି ହୋଇଯାଇଛି ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପର୍ବ । ବୈଜ୍ଞାନିକମାନଙ୍କ ମତକୁ ନେଇ ସରକାର ଏପ୍ରିଲ ୧୫ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ମାଛମାନଙ୍କ ଗର୍ଭଧାରଣ ଓ ଅଣ୍ଡାଦାନ ସମୟ ରୂପେ ନିର୍ଘ କରିଛନ୍ତି । ଏହି ଅବଧି ମଧ୍ୟରେ ଯଦି ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବେ । ଅଣ୍ଡା ବା ଗର୍ଭ ଧାରଣ କରିଥିବା ମାଛ (ବିହନ ଥିବା ମାଛ) ଜାଲରେ ପଡିଲେ । ତେଣୁ ମାଛ ବଂଶ ବିସ୍ତାର ପରିବର୍ତେ ଲୋପ ପାଇଯିବ । ଆଗାମୀ ଦିନରେ ସାମୁଦ୍ରିକ ମାଛ ବଂଶ ବିସ୍ତାର କରିବା ପାଇଁ ସରକାର ଏହି ୪୭ ଦିନିଆ ମାଛ ଧରା ବନ୍ଦ ନୀତି ନିର୍ଦ୍ଧାରଣ କରିଛନ୍ତି । ମାଛଧରା ବନ୍ଦ ହେଲେ ମତ୍ସ୍ୟଜୀବୀ କାଳେ ଜୀବିକା ହରାଇବେ । ସେଥିଲାଗି କେନ୍ଦ୍ର ସରକାର ପ୍ରତି ମତ୍ସ୍ୟଜୀବୀ ପିଛା ୨୦୦୦ ହଜାର ଟଙ୍କା କ୍ଷତିପୂରଣ ଦେବାର ବ୍ୟସ୍ଥା କରିଥିଲେ । କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ଏହି କ୍ଷତିପୂରଣ ଯୋଜନା ୨୦୦୬ ରୁ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଜିଯାଏଁ ଏହାକୁ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ପ୍ରଣୟନ କରୁନାହାଁନ୍ତି । ଅଧିକ ହୋ ହାଲ୍ଲା ଓ ଆନ୍ଦୋଳନ ହେବାରୁ ଗତ ୨ ବର୍ଷ ହେଲା ମତ୍ସ୍ୟଜୀବୀ ପରିବାରଙ୍କୁ ଠାବ କରି ସେମାନଙ୍କୁ ଏପିଏଲ୍ ଖାତାରେ ସାମିଲ୍ କରିବାକୁ ନିଷ୍ପତି ହୋଇଛି । ସମୁଦ୍ରକୁ ମାଛ ଧରିବାକୁ ଓ ମାଛଧରା କାର୍ଯ୍ୟରେ ନିୟୋଜିତ ଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ମାସିକ ୨୫ କେଜି ଟଙ୍କିକିଆ ଚାଉଳ ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ସରକାର ଭଦ୍ରକ ଜିଲାର ସମୁଦ୍ର କୂଳରେ ଥିବା ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ର ୨୬ ଟି ପଂଚାୟତ ସରପ ମାନଙ୍କୁ ଚିଠି କରିଛନ୍ତି । ପ୍ରତି ପଂଚାୟତରେ କେତେ ମତ୍ସ୍ୟଜୀବୀ ପରିବାର ଅଛନ୍ତି, ତାହା ଚିହ୍ନଟ କରି ଜଣାଅ । ସରପ ମାନଙ୍କ ଚିଠା ପାଇଲା ପରେ ଏହି ଟଙ୍କିକିଆ ଚାଉଳ ତାଲିକା ପ୍ରତିବର୍ଷ ବଢୁଛି । କିନ୍ତୁ ସ୍ଥିର ହୋଇପାରୁନି । ଚଳିତବର୍ଷ ଭଦ୍ରକ ଜିଲାର ଧାମରା, ଚନ୍ଦନିପାଳ, ଚୂଡାମଣି, କଷିଆ, ଇରମ ଆଦି ସମୁଦ୍ର କୂଳରେ ନିୟୋଜିତ ଥିବା ମସ୍ୟ ସଂପ୍ରଦାୟ ଏପ୍ରିଲ ୧୫ ଠାରୁ ସମୁଦ୍ରକୁ ମାଛ ମାରିବାକୁ ନଯାଇ ହାତ ବାନ୍ଧି ବସିବେ । ଧାମରା ମତ୍ସ୍ୟଜୀବୀ ସଂଘ ଅଧୀନରେ ୧୫୦ ଟ୍ରଲର, ୮୦ ଗିଲ୍ନେଟର, ୨୦୦ ଭୁଟୁଭୁଟି ଓ ୨୦୦ ଦେଶୀ ଡଙ୍ଗା ମାଧ୍ୟମରେ ମାଛଧରା କାର୍ଯ୍ୟରୁ ନିବୃତ ରହିବେ । ସାମୁଦ୍ରିକ ମାଛ ଧରା କାର୍ଯ୍ୟରେ ନିୟୋଜିତ ଥିବା ଏହି ଟ୍ରଲର ଓ ବୋଟ୍ ଗୁଡିକ ବନ୍ଦ ହୋଇଯିବା ପରେ ଏହା ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ୧ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଭୋକିଲା ରହିବେ । ଯଥା ଏହି ଟ୍ରଲର ଓ ବୋଟ୍ ଗୁଡିକରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଲୋକଙ୍କ ବ୍ୟତୀତ ବରଫ କଳର କର୍ମଚାରୀ, ମାଛଧରା ଝୁଡି ବୁଣିବା କର୍ମଚାରୀ, ଶୁଖୁଆ ଚାଷୀ, ମାଛ ଧୋଇବା, ବରଫ କୁଟିବା, ଲୋଡିଂ ଓ ଅନଲୋଡିଂ କରିବା ଶ୍ରମିକ, ମାଛ ମୁଣ୍ଡ ଛିଣ୍ହାଇ ପ୍ରୋସେସିଂ କରୁଥିବା ମହିଳା ଶ୍ରମିକ ଏହି ମାଛଧରା ବନ୍ଦ ଯୋଗୁଁ ବେକାର ହୋଇଯିବେ । ଏପ୍ରିଲ ୧୫ ରୁ ମଇ ୩୧ ପର୍ଯ୍ୟନ୍ତ ୪୭ଦିନ କାଳ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ସେମାନଙ୍କୁ ବର୍ଷ ବର୍ଷ ହେଲା ସେମାନଙ୍କୁ ମିଳୁନାହିଁ । ଏହି ନିଷେଧାଜ୍ଞା ବଳବ ର ଥିବାବେଳେ ଯଦି କୌଣସି ଧୀବର ନିଜ ପେଟ ପୁରାଇବା ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି ସେମାନଙ୍କ ବୋଟ ଜବତ କରାଯିବା ସହିତ ଜେଲ୍ ଜରିମାନା ମଧ୍ୟ କରାଯାଉଛି । ଅଥଚ କେନ୍ଦ୍ର ସରକାର ଦେଉଥିବା କ୍ଷତିପୂରଣ ସେମାନଙ୍କୁ ଦିଆଯାଉନାହିଁ । ଏହି ୪୭ ଦିନ କାଳ ମାଛ ଧରା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ କେମିତି ବଂଚିବେ ତାହା ସରକାର ବୁଝିବା ଆବଶ୍ୟକ । ତିହିଡି ବ୍ଲକ୍ର ସୟା, ବାହାବଳପୁର ଓ ସାହାପୁର ପଂଚାୟତ, ଚାନ୍ଦବାଲି ବ୍ଲକ୍ର ଧାମରା, ଜାଗୁଳା, ବାଂଶଡା, ଦୋସିଙ୍ଗା, କଇଥଖୋଲା, କରଂଜମାଳ, କରଣପଲ୍ଲୀ, ଚରଦିଆ, ବାଲିଗାଁ, ଓରାସାହି, ବିଜୟନଗର, ନଳଗୋହିରା ଓ ନାଲଗୁଣ୍ଡା ସହିତ ବାସୁଦେବପୁର ବ୍ଲକ୍ର ୧୦ଟି ପଂଚାୟତ ସରପ ମାନଙ୍କୁ ତୁରନ୍ତ ସର୍ଭେ କରି ଧୀବର ପରିବାର ଠାବ କରିବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ତାହା ଫାଇଲ୍ ଭିତରେ ରହିଯାଇଛି । ତେଣୁ ଧୀବର ପରିବାର ଏବେ ଚିନ୍ତାରେ ।