ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନର ଶପଥଗ୍ରହଣ ସମାରୋହ ସହ ହୋଲି ମିଳନ କାର୍ଯ୍ୟକ୍ରମ

ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନର ଶପଥଗ୍ରହଣ ସମାରୋହ ସହ ହୋଲି ମିଳନ କାର୍ଯ୍ୟକ୍ରମ

ସମ୍ବଲପୁର ଅଗ୍ରସେନ ଭବନଠାରେ ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନ ସମ୍ବଲପୁର ଶାଖାର ଶପଥଗ୍ରହଣ ସମାରୋହ ସହ ହୋଲି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସଂଧ୍ୟା 6 ଟା ସମୟରୁ ରାତି 7 ଟା ସମୟ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷା,ଅଖିଳ ଭାରତୀୟ  ଅଗ୍ରୱାଲ ସମ୍ମେଳନର ରାଷ୍ଟ୍ରୀୟ ପଦାଧିକାରୀ,ପ୍ରାନ୍ତୀୟ  ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏଥିସହ କାର୍ଯ୍ୟକ୍ରମ ଅବସରରେ ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନ ସମ୍ବଲପୁର ଶାଖାର  ନୂତନ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ସମାରୋହରେ ନୂତନ ପଦାଧିକାରୀ ମାନେ ଦାୟିତ୍ଵ ଗ୍ରହଣ କରିଥିଲେ।