ଅନୁଭବଙ୍କ ବିରୋଧରେ ମହିଳାଙ୍କ ଧାରଣା

ଅନୁଭବଙ୍କ ବିରୋଧରେ ମହିଳାଙ୍କ ଧାରଣା

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା । ଧାରଣା ଦେଇଛନ୍ତି ଜଣେ ମହିଳା ସାମ୍ବାଦିକା । କଟକ ପୁରୀଘାଟ ଥାନାରେ ସେ ଧାରଣା ଦେଇଛନ୍ତି । ଅଭିଯୋଗର ମାସେ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଧାରଣା ଦେଇଛନ୍ତି । ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ସମ୍ପୃକ୍ତ ମହିଳା ସାମ୍ବାଦିକା । ପୂର୍ବରୁ ସେ ସାଂସଦ ଅନୁଭବ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗତ କିଛି ଦିନ ତଳେ କଟକର ଜଣେ ମହିଳାଙ୍କୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପୁରୀଘାଟ ପୋଲିସ ମଧ୍ୟ ମାମଲା ରୁଜୁ କରିଥିଲା । କିନ୍ତୁ ଏଯାଏଁ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମହିଳା ଜଣଙ୍କ କହିଥିଲେ । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଥିଲେ । ଚାରିଆଡୁ ନିରାଶ ହେବା ପରେ ସେ ଗତ ଜୁନ ୨୦ ତାରିଖ ଦିନ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ନ୍ୟାୟ ପାଇବା ପାଇଁ ସେ ଏଠାରେ ବସି ରହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା ।