ସ୍କୁଲ, କଲେଜରେ ହେବ ଅହିଂସା ପ୍ରତିଯୋଗିତା: ମନ୍ତ୍ରୀ

ସ୍କୁଲ, କଲେଜରେ ହେବ ଅହିଂସା ପ୍ରତିଯୋଗିତା: ମନ୍ତ୍ରୀ

ସ୍କୁଲ, କଲେଜରେ ହେବ ଅହିଂସା ପ୍ରତିଯୋଗିତା: ମନ୍ତ୍ରୀ
ଭୁବନେଶ୍ୱର: ଏଣିକି ସ୍କୁଲ ଓ +୨ କଲେଜରେ ଅହିଂସା ସମ୍ପର୍କିତ ପ୍ରତିଯୋଗିତା କରାଯିବ । ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ନୀତି ସମ୍ପର୍କିତ ପ୍ରତିଯୋଗିତା କରାଯିବ । ଏନେଇ ବ୍ଲକ , ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିଯୋଗିତା ଆୟୋଜନ ହେବ । ଅହିଂସା ନୀତି ନେଇ ବକ୍ତୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖରେ ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରିବ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ଜାତିର ପିତାଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାକୁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ଏହା ପରେ ରଚନା, ତର୍କ, ଚିତ୍ରାଙ୍କନ, ବୁଦ୍ଧି ପରୀକ୍ଷା ପରି ପ୍ରତିଯୋଗିତା କାର‌୍ୟ୍ୟକ୍ରମ କରାଯିବ । ସେପ୍ଟେମ୍ବର ୧୬ରୁ ୧୮ ପର୍ୟ୍ୟନ୍ତ ସ୍କୁଲ ସ୍ତରରେ ପ୍ରତିଯୋଗିତା ହେବ । ଏଥିରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନେ ୨୩ରୁ ୨୪ ତାରିଖ ଯାଏ ବ୍ଲକ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହା ପରେ ୨୭ ଓ ୨୮ ଦୁଇ ଦିନ ଧରି ଜିଲ୍ଲା ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଜୟୀ ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।