ଘରୁ ଡାକିଆଣି ମାରିଦେଲେ

ରଙ୍ଗର ମହାପର୍ବ ହୋଲି ରେଶନିବାର ସମ୍ବଲପୁର ରେ ହତ୍ୟାକାଣ୍ଡ ଘଟିଛି l ସମ୍ବଲପୁର ସାହୁ କଲୋନୀରେ ଘରୁ ଡ଼ାକିଆଣି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଜଣକ ହେଉଛନ୍ତି ସାହୁ କଲୋନୀର ଆଦିତ୍ୟ ସାଲମା ବୋଲି ଜଣା ପଡିଛି l ତେବେ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 3 ଟା ସମୟରେ ହୋଲି ଖେଳ ଚାଲୁଥିବା ବେଳେ କିଛି ଯୁବକ ଆଦିତ୍ୟ କୁ ତାଙ୍କ ଘର ନିକଟରୁ ଉଠାଇ ନେଇ ତାଙ୍କ ଘର ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ମାରିଛନ୍ତି l ତେବେ ଯୁବକଙ୍କ ମୃତୁ ପରେ ଏବେ ସଦର ମେଡ଼ିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି l ଦିନ ଦ୍ବିପହରରେ ରଙ୍ଗ ଖେଳ ଚାଲିଥିବା ବେଳେ କେମିତି ଏତେ ବଡ ହତ୍ୟାକାଣ୍ଡ ଘଟିଗଲା ତାକୁ ନେଇ ପ୍ରଶ୍ନ ଉଠେଇଛନ୍ତି ଅଞ୍ଚଳବାସୀ l ଫଳରେ ମେଡ଼ିକାଲ ରେ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି l ଅନ୍ୟପଟେ ପୋଲିସ ହତ୍ୟା କରିଥିବା ସାହୁଳ ସିଂ ଙ୍କୁ ଗିରଫ କରିଥିବା ନେଇ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି l