ମାଓ ଗୁଳିରେ ଯବାନ ସହିଦ୍

ମାଓ ଗୁଳିରେ ଯବାନ ସହିଦ୍

ମାଓ ଗୁଳିରେ ଯବାନ ସହିଦ୍
ଭୁବନେଶ୍ୱର:ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ହିଂସାକାଣ୍ଡ ବଢିବାରେ ଲାଗିଛି । ମାଓବାଦୀଙ୍କ ଦମନ ପାଇଁ ସୁରକ୍ଷାକର୍ମୀଙ୍କ ଅପରେସନ ଅହରହ ଲାଗି ରହିଛି । ଆଜି ମାଲକାନଗିରି ଜିଲ୍ଲାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ଗୁଳି ବିନିମୟ ମଧ୍ୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯବାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ପାକନାଗୁଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି ।