ବିଜେପିରେ ମିଶିଲେ ପ୍ରକାଶ ମିଶ୍ର

ବିଜେପିରେ ମିଶିଲେ ପ୍ରକାଶ ମିଶ୍ର

ବିଜେପିରେ ମିଶିଲେ ପ୍ରକାଶ ମିଶ୍ର
ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ସାମିଲ ହେଲେ ପ୍ରକାଶ ମିଶ୍ର ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ପଦ୍ମ ଧରିଲେ । ଜଳେଶ୍ୱର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ମିଶିଲେ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଡାକ୍ତର ଦାମୋଦର ରାଉତ ଉପସ୍ଥିତ ଥିଲେ । ବିଜେପିରେ ମିଶିବା ନେଇ ପ୍ରକାଶ ପ୍ରତିକ୍ରିୟା ରଖିଛନ୍ତି ଯେ, ଓଡିଶ। ଶାସନ ଅତି ନୀଚ୍ଚସ୍ତରକୁ ଖସିଆସିଲାଣି । ଏବେ ଓଡିଶାରେ କିଛି ଭବିଷ୍ୟତ ନଥିବା ମୁଁ ଦେଖିପାରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀ ମୋତେ ଅନୁପ୍ରାଣିତ କରିଛି । ଦେଶର ସୁରକ୍ଷା ନେଇ ମୋଦୀ ଅତ୍ୟନ୍ତ ଚିନ୍ତିତ ବୋଲି କହିଛନ୍ତି ପ୍ରକାଶ । ମୋଦୀ ପ୍ରତ୍ୟକ୍ଷ ଭାବେ ଦେଶର ଖବର ରଖନ୍ତି ।