ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୋଦଗାର

ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୋଦଗାର

ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୋଦଗାର
ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୋଦଗାର । ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମର୍ଥନ କରି ସିଦ୍ଧାନ୍ତ ମତ ରଖିଛନ୍ତି ଯେ, ତାଙ୍କୁ ପ୍ରାର୍ଥୀ କରାନଗଲେ ଆଉ କାହାକୁ ପ୍ରାର୍ଥୀ କରାଯିବ । ଯଦି ସେ ସ୍ୱାଧୀନଭାବେ ପ୍ରାଥୀ ହୁଅନ୍ତି ତେବେ ଭୋଟ ବିଭାଜନ ହେବ । ୪ଥର ହାରିଥିବା ପ୍ରାର୍ଥୀଙ୍କ ବଦଳରେ ୫ଥର ବିଜୟୀ ହୋଇଥିବା ବ୍ୟକ୍ତି ପ୍ରାର୍ଥୀ ହେବା ଦରକାର ବୋଲି ସିଦ୍ଧାନ୍ତ କହିଛନ୍ତି । ଏହାଛଡ଼ା ଅନେକ ସମୟରେ ମୋ ସହ ଆଲୋଚନା କରାଯାଉନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି । ପ୍ରକାଶ ଯେ, ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସମ୍ପ୍ରତି ବିଧାୟକ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନମିଳିଲେ କ୍ଷୋଭ ପ୍ରତିଫଳିତ ହେବ ବୋଲି ଗତକାଲି ଚେତାବନୀ ଦେଇଥିଲେ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା । ଶ୍ରୀ ମହାରଣା କହିଥିଲେ ଯେ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜଣେ ଉଚ୍ଚକୋଟୀର ରାଜନେତା । ତାଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନଥିବାରୁ ତାଙ୍କୁ ପୁଣି ଥରେ ଟିକେଟ ପ୍ରଦାନ ପାଇଁ ଦାବି କରିଥିଲେ । ତାଙ୍କୁ ରାଜ୍ୟସଭା ଆଦି ବିଭିନ୍ନ ପ୍ରଲୋଭନ ଦେଖାଯାଇ ଟିକେଟରୁ ବଞ୍ଚିତ କରାଯିବା ପାଇଁ ହେଉଥିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।