୭୫ଦିନର ଶିଶୁ ଚୋରୀ ଘଟଣା:ଜେଲଗଲେ ଚାକରାଣୀ ଓ ଧରମ ବାପା

୭୫ଦିନର ଶିଶୁ ଚୋରୀ ଘଟଣା:ଜେଲଗଲେ ଚାକରାଣୀ ଓ ଧରମ ବାପା

୭୫ଦିନର ଶିଶୁ ଚୋରୀ ଘଟଣା:ଜେଲଗଲେ ଚାକରାଣୀ ଓ ଧରମ ବାପା
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ):୭୫ଦିନର ଶିଶୁ ପୁତ୍ର ଚୋରି ଘଟଣାରୁ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଚାକରାଣୀ ମାନୀନି ସାହୁ ଓ ତାର ସହ ଯୋଗୀ ସପନ ମାନା ଗିରଫ ହୋଇ ଜେଲ ଯାଇଥିବା ବେଳେ ଉଭୟ ବ୍ୟବହାର କରିଥିବା ଲୁନାକୁ ପୋଲିସ ଯବତ କରିଛି । ହେଲେ ଏବେବି ଏହି ରହସ୍ୟ ଜନକ ଶିଶୁ ଚୋରୀ ଘଟଣା ଧିରେ ଧବରେ ଆହୁରୀ ରହସ୍ୟ ମୟ ହେବାରେ ଲାଗିଛି । କାରଣ ଏହି ଶିଶୁ ଚୋରୀ ଘଟଣାରେ ଅନେକ ଲୋକ ଯୋଜନା କରିଥିବା ପଦାକୁ ଆସିଛି । ଚାକରାଣୀ ମାନିନୀ ସାହୁ ଛୁଆ ଲୋଭରେ ଏଭଳି କରିଥିଲା ବେଳେ କେନ୍ଦ୍ରାପଡା ତନ୍ତିଆ ପାଳ ମେରାଇନ୍ ଥାନା ରସୁନିତ୍ ଗ୍ରାମର ସପନ ମାନା ଏହି ଚୋରୀ ଘଟଣାରେ ମାନିନୀକୁ ସହଯୋଗ କରିଥିଲା ଓ ସେମାନେ ଏକଲୁନା ସାହାର୍ଯ୍ୟରେ ଶିଶୁଟିକୁ ଦୋଛକୀ ନିକଟରୁ ନେଇଥିବା ଜଣାପଡିଛି । ସବୁଠାରୁ ବଡକଥା ହେଉଛି ସପନ ମାନାକୁ ଚାକରାଣୀ ମାନୀନୀ ତାର ଧରମ ବାପା ବୋଲି କହୁଥିବା ବେଳେ ସପନ ପାରାଦ୍ୱୀପ ରେ ରହି ଶ୍ରମିକ ଭାବେ କାର୍ଯ୍ୟ କରେ ବୋଲି ଜଣାପଡିଛିା ଏକ ସୁଚିନ୍ତିତ ଭାବେ ମାନିନୀ ଉଭୟ ଶିଶୁର ବାପା ଶତୃଘ୍ନ ଓ ପାରାଦ୍ୱୀପ ଲକପଡାର ଦେବେନ୍ଦ୍ର ପୃଷ୍ଟିଙ୍କ ଚକମା ଦେଖାଇ ଛୁଆଟିକୁ ନେଇ ଯାଇଥିବା ବେଳେ ପ୍ରକୃତରେ ମାନିନୀ ସହିତ ସପନର ଚିହ୍ନା ପରିଚିତ କିପରି । ତାଙ୍କ ସମ୍ପର୍କ କଣ , ମାନିନୀ ପାରାଦ୍ୱୀପ ନା କଟକରେ କାମ କରେ, ସେ କଟକରୁ କେବେ ଓ କାହିଁକି ଆସିଥିଲା । ସବୁଠାରୁ ବଡକଥା ହେଉଛି ଶିଶୁର ଘର ବାଲିକୁଦା ବୋଲିକିନା ତିିତିରା ଅଞ୍ଚଳ ହୋଇଥିବା ବେଳେ ଶତୃଘ୍ନ ନିଜ ପୁଅକୁ କଣ ପାଇଁ ଆଣି ଆସିଥିଲା । ଏସବୁ ଘଟଣା ଏବେବି ରହସ୍ୟବୃତ ହୋଇରହିଛି । ଏହି ସବୁ ରହସ୍ୟ ଉପରୁ ପରଦା ହଟିଲେ ପ୍ରକୃତ ସତ ଲୋକଲୋଚନକୁ ଆସିବ ବୋଲି ଜଣାପଡିଛି ।