୫ ଲକ୍ଷରୁ ଊଦ୍ଧ୍ୱ ମୂଲ୍ୟର ସୁନା ଜବତ

୫ ଲକ୍ଷରୁ ଊଦ୍ଧ୍ୱ ମୂଲ୍ୟର ସୁନା ଜବତ

  ୫ ଲକ୍ଷରୁ ଊଦ୍ଧ୍ୱ ମୂଲ୍ୟର ସୁନା ଜବତ
ଭୁବନେଶ୍ୱର:ସୁନା ଚୋରା ଚାଲାଣକାରୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ବାରମ୍ବାର ବିମାନ ବନ୍ଦରରୁ ସୁନା ଜବତ କରାଯାଉଥିବାବେଳେ ଆଜି ପୁଣିି ଥରେ ସୁନା ଜବତ କରାଯାଇଛି । ଉତ୍ତର ପ୍ରଦେଶ ଜଣେ ଯାତ୍ରୀଙ୍କ ଠାରୁ ୧୫୦.୯୨୦ ଗ୍ରାମ ଓଜନର ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ ୫ ଲକ୍ଷରୁ ଊଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଇଛି । ସମ୍ପୃକ୍ତ ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ବ୍ୟାଙ୍କକରୁ ଆସୁଥିଲେ । ତେବେ ସେ ନିଜ ସାର୍ଟ କଲାରରେ ସୁନା ଚୋରି କରି ଆଣିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ କଷ୍ଟମ ବିଭାଗ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।