୪ ମେଡିକାଲ କଲେଜରେ ନାମଲେଖାକୁ ମଞ୍ଜୁରି

୪ ମେଡିକାଲ କଲେଜରେ ନାମଲେଖାକୁ ମଞ୍ଜୁରି

୪ ମେଡିକାଲ କଲେଜରେ ନାମଲେଖାକୁ ମଞ୍ଜୁରି
ଭୁବନେଶ୍ୱର : ରାଜ୍ୟର ୪ଟି ମେଡିକାଲ କଲେଜରେ ଆସନ୍ତା ୨୦୧୯/୨୦ ବର୍ଷରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଏମ୍ସିଆଇ ବା ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ ବଲାଙ୍ଗୀର, କୋରାପୁଟ, ବାରିପଦା ଓ ବାଲେଶ୍ୱର ମେଡିକାଲ କଲେଜ ରହିଛି । ବଲାଙ୍ଗୀର ଓ ବାଲେଶ୍ୱର ଦ୍ୱିତୀୟ ବ୍ୟାଚ୍ ଓ କୋରାପୁଟ ଓ ବାରିପଦାରେ ତୃତୀୟ ବ୍ୟାଚ୍ ନାମଲେଖା ପାଇଁ ଅନୁମତି ଦିଆଯାଇଛି । ଏହା ଆସନ୍ତା ୧ ବର୍ଷ ପାଇଁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି । ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଦ୍ୱିତୀୟ ବ୍ୟାଚ୍ରେ ୧୦୦ ଏମ୍ବିବିଏସ୍ ସିିଟ୍ ପାଇଁ ଅନୁମତି ମିଳିଛି । ଗତ ଏପ୍ରିଲ ମାସରେ ଏମସିଆଇ ବୋର୍ଡ ଅଫ ଗଭର୍ନସ ପକ୍ଷରୁ ଏ ନେଇ ଯାଞ୍ଚ କରାଯିବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି । ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ତୃତୀୟ ବ୍ୟାଚ୍ରେ ୧୦୦ଟି ସିଟ୍ ପାଇଁ ଅନୁମତି ଦିଆଯାଇଛି । ଗତମାସରେ ଏଥିପାଇଁ କାଗଜପତ୍ରର ଯାଞ୍ଚ କରାଯିବା ସହିତ ବୋର୍ଡ ଅଫ୍ ଗଭନର୍ସ ଏକ୍ସପର୍ଟ ଗ୍ରୁପ୍ ଯାଞ୍ଚ କରିଥିଲେ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ତୃତୀୟ ବ୍ୟାଚ୍ର ୧୦୦ ସିଟ୍ ପାଇଁ ଏମସିଆଇ ଅନୁମତି ଦେଇଛି । ଏ ନେଇ ଗତ ଏପ୍ରିଲ ମାସରେ ସମସ୍ତ ଯାଞ୍ଚ ପରେ ଏହି ଅନୁମତି ମିଳିଛି । ଏହା ସହ ବାଲେଶ୍ୱର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ୨୦୧୯/୨୦ ଦ୍ୱିତୀୟ ବ୍ୟାଚ୍ ଏମ୍ବିବିଏସ୍ ସିଟ୍ ପାଇଁ ମଧ୍ୟ ଅନୁମତି ମିଳିଛି । ଗତ ଏପ୍ରିଲ ମାସରେ ଏଥିପାଇଁ ସମସ୍ତ ଯାଞ୍ଚ କରାଯାଇଥିଲା ।