ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମନ୍ତ୍ରୀ : ଦୁଇ ମାସରେ ହେବ ୪୦ଖଣିର ନିଲାମ

ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମନ୍ତ୍ରୀ : ଦୁଇ ମାସରେ ହେବ ୪୦ଖଣିର ନିଲାମ

ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମନ୍ତ୍ରୀ : ଦୁଇ ମାସରେ ହେବ ୪୦ଖଣିର ନିଲାମ
ଭୁବନେଶ୍ୱର : ଆସନ୍ତା ଦୁଇ ମାସରେ ରାଜ୍ୟରେ ୪୦ ଖଣି ନିଲାମ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା ପରେ ଆଜି ଏ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସଂଶୋଧିତ ଏମଏମଜିଆର ଆକ୍ଟ ଅନୁସାରେ ରାଜ୍ୟର ବହୁ ଖଣିର ନିଲାମ ମିଆଦ ପୂରୁଥିବାରୁ ପୁଣି ନିଲାମ ହେବ । ନିଲାମ ହେବାକୁ ଥିବା ଏହି ୪୦ ଖଣିରେ ଲୁହାପଥର, ମାଙ୍ଗାନିଜ୍, ବକ୍ସାଇଟ୍ ଓ କ୍ରୋମାଇଟ୍ ଖଣି ରହିଛି । ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ଖଣି ରାଜସ୍ୱ ଢ଼େଳ ବଢ଼ିଛି । ଏଥିରେ ପ୍ରାୟ ୭୧% ବୃଦ୍ଧି ଘଟିଛି । ରାଜ୍ୟ ସରକାର ଓଏମ୍ସିର ଖଣିଜ ଉତ୍ତୋଳନ ପରିମାଣ ୨୦ ନିୟୁତ ଟନ୍ କରିବାକୁ ଟାର୍ଗେଟ ରଖିଛନ୍ତି । ଏବେ ଓଏମ୍ସି ପ୍ରାୟ ୧୬ ନିୟୁତ ଟନ୍ ଖଣିଜ ଉତ୍ପାଦନ କରୁଛି । ଇସ୍ପାତ ଓ ଖଣି ବିଭାଗର କାମ ଏବେ ଟାର୍ଗେଟ ଭିତ୍ତିକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି । ଏ ବର୍ଷ ରାଜ୍ୟରେ ଖଣି ରାଜସ୍ୱ ରାଜକୋଷକୁ ବେଶ୍ ଭଲ ପାଣ୍ଠି ଦେବ ବୋଲି ଅନୁମାନ କରାଯାଉଥିବା ସେ ସୂଚନା ଦେଇଛନ୍ତି ।