ରାଜ୍ୟ ସରକାର ଫନି ବିପର୍ଯ୍ୟୟ ପରିଚାଳନାରେ ଅସମର୍ଥ : କଂଗ୍ରେସ

ରାଜ୍ୟ ସରକାର ଫନି ବିପର୍ଯ୍ୟୟ ପରିଚାଳନାରେ ଅସମର୍ଥ : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ୫ଟି ଜିଲ୍ଲାରେ ୫୦ଲକ୍ଷରୁ ତଦୁର୍ଦ୍ଧ ଲୋକ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ହେଲେ । ରାଜ୍ୟ ସରକାର ବହୁ ଆଗରୁ ସମସ୍ତ ସୂଚନା ପାଇଥିଲେ ଏବଂ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ରିଲିଫ କମିଶନର ଏବଂ ବିଭାଗୀୟ ସଚିବ ମାନେ ମଧ୍ୟ ରାଜ୍ୟବାସୀଙ୍କୁ ଆଶ୍ୱାସନା ଏବଂ ଭରସା ଦେଇଥିଲେ ଯେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି, ବାତ୍ୟା ପରବର୍ତୀ କ୍ଷୟକ୍ଷତି ଓ ପୁନଃ ନିର୍ମାଣ କରିବାପାଇଁ, କିନ୍ତୁ ପ୍ରକୃତ ସ୍ଥିତି ଭିନ୍ନ । ରାଜ୍ୟ ରିଲିଫ କମିଶନର ଏବଂ ଶକ୍ତିବିଭାଗର ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା ବାତ୍ୟାର ଦୁଇ ଦିନ ପୂର୍ବରୁ ଗଣମାଧ୍ୟମରେ ସୂଚନା ଦେଇ ରାଜ୍ୟବାସୀଙ୍କୁ କହିଥିଲେ ବାତ୍ୟା ସରିବାର ୪/୫ ଘଂଟା ମଧ୍ୟରେ ୨୫% ଭୁବନେଶ୍ୱର ସହରରେ ବିଦୁ୍ୟତ ସରବରାହ •ଲୁ ରହିବ କିନ୍ତୁ ୧୦ଦିନ ବିତିଗଲାପରେ ମଧ୍ୟ ଖୋଦ ରାଜ୍ୟ ରାଜଧାନୀରେ ଏବଂ ରାଜଧାନୀ ଉପକଣ୍ଠରେ ଆଜି ସୁଦ୍ଧା ବିଦୁ୍ୟତ ସଂଯୋଗୀକରଣ କାମ ସରିପାରିଲା ନାହିଁ । ଭୁବନେଶ୍ୱର ଦେଶରେ ଏକନମ୍ବର ସ୍ମାଟ ସିଟି ମାନ୍ୟତା ପାଇଥିଲା ବେଳେ କିଭଳି ସ୍ମାଟ ଥିଲା ଆମ ସିଟି ତାହା ରାଜଧାନୀ ବାସୀ ଭଲଭାବରେ ଜାଣିପାରିଛନ୍ତି । ବାତ୍ୟାଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାରେ ବିଦୁ୍ୟତ ସଂଯୋଗୀ କରଣ କାମ କେବେ ସରିବ ତାହା ଆକଳନ କରିବା ଏବେ ମଧ୍ୟ ସମ୍ଭବ ହୋଇପାରୁନାହିଁ । ଖୋର୍ଦ୍ଧା ଜିଲ୍ଲା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଦୁ୍ୟତ ସଂଯୋଗୀ କରଣ କାର୍ଯ୍ୟ ଅତି ମନ୍ଥର ଗତିରେ •ଲିଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାର ବିପର୍ଯ୍ୟୟ ପରି•ଳନା କରିବାର ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ୨୦୧୮ ମାର୍ଚ୍ଚ ୧୪ ତାରିଖରେ ରାଜ୍ୟ ସରକାର ବିଜୁ ଯୁବବାହୀନି ଗଠନ କଲେ । ଖୋଦ ମୁଖ୍ୟମନ୍ତ୍ରୀ ଅତି ଦମ୍ଭୋକ୍ତିରେ ରାଜ୍ୟବାସୀଙ୍କ ସାମ୍ନାରେ ନିଜର ବକ୍ତବ୍ୟ ରଖିବା ବେଳେ କହିଥିଲେ ବିଜୁ ଯୁବବାହୀନି ଓଡ଼ିଶାରେ ଗ୍ରାମାଚଂଳରେ ବେରୋଜଗାରୀ ହଟାଇବା ଏବଂ ଓଡ଼ିଶାରେ ଦେବ÷ଦୁର୍ବିପାକ ଏବଂ ସାଧାରଣ ମିଣିଷର ଅଭାବ ଅସୁବିଧାର ସମୟରେ ସେମାନେ ଛିଡ଼ାହେବେ ଏବଂ ସାହାଯ୍ୟ କରିବେ । ଆଜି ରାଜ୍ୟରେ ୨ଲକ୍ଷ ୫୧ ହଜାର ୬ଶହ ବିଜୁ ଯୁବ ବାହିନୀର ସଦସ୍ୟ ଅଛନ୍ତି । ବାତ୍ୟା ଦ୍ୱାରା ପ୍ରଭାବିତ ୫ଟି ଜିଲ୍ଲା ଏବଂ ରାଜଧାନୀକୁ ହିସାବକୁ ନେଲେ ୬୦ ହଜାରରୁ ଉର୍ଦ୍ଧ ବିଜୁ ଯୁବବାହିନୀ କାର୍ଯ୍ୟକର୍ତା ଅଛନ୍ତି କିନ୍ତୁ ୫ ଜଣଙ୍କର ମଧ୍ୟ ଏଭଳି ବିପର୍ଯୟ ସମୟରେ ଦେଖିବାକୁ ମିଲିଳା ନାହିଁ । ତେଣୁ ଗରୀବ ଜନସାଧାରଣଙ୍କ ଟିକସ ଅର୍ଥରେ କେଉଁ ସ୍ୱାର୍ଥ ସାଧନା କରିବାପାଇଁ ଏ ବିଜୁ ଯୁବବାହୀନି ଗଠନ କରାଯାଇଥିଲା, ଯଦି ରାଜ୍ୟ ସରକାରଙ୍କର ସତ୍ସାହହସ ଅଛିତ ରାଜ୍ୟବାସୀଙ୍କ ସମ୍ମୁଖରେ ଉତର ରଖନ୍ତୁ । ରାଜ୍ୟରେ ଏଭଳି ଘୋର ବିପର୍ଯୟ ସମୟରେ ରାଜ୍ୟର ଶକ୍ତିମନ୍ତ୍ରୀ, ସହରାଚଂଳ ବିକାଶ ମନ୍ତ୍ରୀ, ପଂଚାୟତ ରାଜ ମନ୍ତ୍ରୀ ଥରୁଟିଏବି ହେଲେ ରାଜ୍ୟବାସୀଙ୍କ ସାମ୍ନାରେ ଉକ୍ତିଟିଏ ମଧ୍ୟ ରଖିଲେ ନାହିଁ । ନିର୍ବାଚନ ସରିଗଲା ସତ କିନ୍ତୁ ଏ ମନ୍ତ୍ରୀମାନଙ୍କର ଉତରଦାୟିତ୍ୱ ମଧ୍ୟ ଏ ରାଜ୍ୟବାସୀଙ୍କ ପ୍ରତି ସରିଗଲାକି? ଓଡ଼ିଶାର ଶାସନ ବ୍ୟବସ୍ଥା କିଛି ମୃଷ୍ଟିମେୟ ଆଇଏସ ଅଫିସର ଏବଂ ଆଇପିଏସ ଅଫିସରଙ୍କ ହାତରେ କି? ଓଡ଼ିଶାର ଜନସାଧାରଣ କ’ଣ ସେମାନଙ୍କୁ ନିର୍ବାଚିତ କରିଥିଲେ କି? ବିଜୁ ଜନତା ଦଳ ଓଡ଼ିଶାର ଦଳ ଏବଂ ଓଡ଼ିଶାବାସୀଙ୍କ ବଳ ଏ ଉକ୍ତିଟି ଏବେ ବଳ ନା କାଳ । ତାହା ଓଡ଼ିଶାବାସୀ ବୁଝି ସାରିଛନ୍ତି । ଫନି ବାତ୍ୟାରେ ପ୍ରଭାବିତ ହୋଇ ମଧ୍ୟ ରେଲୱେର ଗୋଟିଏ ପୋଲ ପଡ଼ିନାହିଁ ବା ଖଣ୍ଡିଏ ତାର ଛିଡ଼ି ନାହିଁ ତାହାହେଲେ କେଉଁ କାରଣରୁ ସେସୁ ଦ୍ୱାରା ପରିଚାଳିତ ବିଦୁ୍ୟତ ବିଭାଗର ହଜାର ହଜାର ଇଲେକ୍ଟ୍ରି ଖୁଂଟ ଏବଂ ତାର ଛିଡ଼ି ପଡ଼ିଲା । ଏହା ତଦନ୍ତ ସାପେକ୍ଷ ଅଟେ ଏକ ବୈଷୟିକ କମିଟି ରିପୋର୍ଟ ଅନୁସାରେ ଇଲେକ୍ଟ୍ରି ଖୁଂଟ ଗୁଡ଼ିକ ୫ଫୁଟ ଗଭୀର ଗାତ ଖୋଳି ପୋତିବା କଥା ଏବଂ ସେଗୁଡ଼ିକ କ୍ରକିଂଟ କରିବା କଥା କିନ୍ତୁ ସେସୁୁ ଦ୍ୱାରା ପୋତାଯାଇଥିବା ଇଲେକ୍ଟ୍ରି ଖୁଂଟ ଗୁଡ଼ିକୁ ୨ଫୁଟରୁ ୩ଫୁଟ ଭିତରେ ପୋତାଯାଇଛି । ଅର୍ଦ୍ଧାଧିକ ପୁରୁଣା ଇଲେକ୍ଟ୍ରି ଖୁଂଟ ଗୁଡ଼ିକ ରୁଗୁଣ ହୋଇଯାଇଥିଲେ ମଧ୍ୟ ତାକୁ ବଦଳା ଯାଇନଥିଲା । ଗୋଟିଏ ଇଲେକ୍ଟ୍ରି ପୋଲରେ ଇଲେକ୍ଟ୍ରି ତାର ଛଡ଼ା ଅନୁନ୍ୟ ୧୦/୧୨ଟି ପ୍ରାଇଭେଟ କେବୁଲ ତାର ମଧ୍ୟ ଯାଇଛି ତେଣୁ ଏଗୁଡ଼ିକ ଟାଣିବାପାଇଁ କିଏ ଅନୁମତି ପ୍ରଦାନ କରିଛି । ପ୍ରଶ୍ନ ଉଠୁଛି ସେସୁ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଏକ ଦାୟିତ୍ୱ ସଂପନ୍ନ ଏବଂ ଅଭିଜ୍ଞତା ଥିବା ବ୍ୟକ୍ତିବିଷେଷଙ୍କୁ ଦାୟିତ୍ୱ ଦିଆଗଲା ନାହିଁ । ସବୁଠାରୁ ଅତି ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଳାସୁଣି ୱାଟର ପମ୍ପରେ ୭ଟି ପମ୍ପ ପାଣି ଉଠାଇବା ପାଇଁ ଥିଲା ବେଳେ ମାତ୍ର ୩ଟି ସେଠି ଜେନେରେଟର ଅଛି ତେଣୁ ବିପର୍ଯୟ ସମୟରେ କେବଳ ୩ଟି ପମ୍ପ ହିଁ •ଲି ପାରିଲା । ବାକିତକ ପମ୍ପ ଜେନେରେଟର ଅଭାବରୁ ପାଣି ବାତ୍ୟା ପ୍ରପଡ଼ିତ ଲୋକଙ୍କୁ ଯୋଗାଇ ପାରିଲା ନାହିଁ । ତେଣୁ ଆମ ସରକାରଙ୍କର ବିପର୍ଯୟକୁ ମୁକାବିଲା କରିବାପାଇଁ କିଭଳି ପ୍ରସ୍ତୁତ ଥିଲେ । ତାହା ବୁଝା ପଡ଼ୁଛି । ଆଜି ପୁରୀ ଜିଲ୍ଲାର କୋଣାର୍କ, ଗୋପ, ପିପିଲି, ପୁରୀ, ବ୍ରହ୍ମଗିରୀ, ସତ୍ୟବାଦୀ ପ୍ରଭୃତି ବିଭିନ୍ନ ଅଂଚଳରେ ଲୋକ ଅତି ହିନସ୍ତା ଅବସ୍ଥାରେ ଅଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଆଜି ସୁଦ୍ଧା ରିଲିଫ ପ୍ରଦାନ କରିପାରିଲେ ନାହିଁ । ୧୫ ଦିନର ରନ୍ଧା ଖାଦ୍ୟ ଦେବା ପାଇଁ ନିଦେ୍ର୍ଧଶ ଦେଇଥିଲେ କିନ୍ତୁ ରାଜ୍ୟ ସରକାର କହିବେକି ପୁରୀ ଜିଲ୍ଲାର କେଉଁ କେଉଁ ଅଂଚଳରେ ରନ୍ଧା ଖାଦ୍ୟ ଦେଉଛନ୍ତି? ଟ୍ୟାଙ୍କର ଯୋଗେ ଯେଉଁ ପାଣି ମଧ୍ୟ ଯୋଗାଉଛନ୍ତି ତାହା ମଧ୍ୟ ପାନୀୟ ଯୋଗ୍ୟ ନୁହେଁ । ତେଣୁ ପ୍ରଦେଶ କଂଗ୍ରେସ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରୁଛି ରିଲିଫ୍ କାର୍ଯ୍ୟକୁ ତୋରିତ ଏବଂ ଠିକ୍ ଢ଼ଙ୍ଗରେ ପରିଚାଳନା କରନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା କରନ୍ତୁ । ଯେଉଁ ବିଭିନ୍ନ ରାଜ୍ୟରୁ ଆସିଥିବା କୁଶଳୀ ବିଦୁ୍ୟତ ବିଭାଗର କର୍ମ•ରୀ ମାନଙ୍କୁ ସୁପରିଚାଳିତ ଏବଂ ସଂଯୋଗ ସ୍ଥାପନ କରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରପଡ଼ା ଜିଲ୍ଲାରେ ବିଦୁ୍ୟତ ସେବା ଯୋଗାନ୍ତୁ । ରାଜ୍ୟ ସରକାର ଅତିଶୀଘ୍ର ସେସୁଦ୍ୱାରା କରାଯାଇଥିବା ନିମ୍ନମାନ କାମକୁ ତଦନ୍ତ କରନ୍ତୁ ଏବଂ ଯେଉଁ ଅଫିସର ଏବଂ ଇଂଜିନିୟର ମାନେ ଦାୟୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମିଡ଼ିଆ ସଂଯୋଜକ ନରେଶ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।