ଆଜିଠୁ ହେବ ୭୫ ମିଟର ଉଚ୍ଛେଦ

ଆଜିଠୁ ହେବ ୭୫ ମିଟର ଉଚ୍ଛେଦ

ଆଜିଠୁ ହେବ ୭୫ ମିଟର ଉଚ୍ଛେଦ
ପୁରୀ: ଶ୍ରୀକ୍ଷେତ୍ର ପୁରୀ ସହର ହେବ ବିଶ୍ୱ ଐତିହ୍ୟ ସହର। ଏଥିପାଇଁ ସରକାର ଯୋଜନା କରିଛନ୍ତି। ପୁରୀ ବିଶ୍ବ ଐତିହ୍ୟ ସହରରେ ପରିଣତ ପାଇଁ ସରକାରଙ୍କ ଘୋଷଣା ପରେ ପୁରୀ ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣ ଉଚ୍ଛେଦ ସରିଛି। ହେଲେ ଆଜିିଠୁ ଆଜି ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଏଥିସହିତ ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିବା ପ୍ରକାଶ ପାଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘରକୁ ଆଜି ଉଚ୍ଛେଦ କରାଯିବ।ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ବିରୋଧ: ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ କିନ୍ତୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ। ରୋଜଗାରର ବିକଳ୍ପ ବ୍ୟବସ୍ଥା କରା ନ ଯିବା ସହ ବ୍ୟବସାୟୀଙ୍କ ଥଇଥାନ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହାସତ୍ତ୍ୱେ ତରବରିଆ ଭାବେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଏହାକୁ ସହଜେ ଗ୍ରହଣ କରି ପାରୁନାହାନ୍ତି ବ୍ୟବସାୟୀ। ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ କରି ଗତକାଲି ବହୁ ସଂଖ୍ୟାରେ ଅଞ୍ଚଳବାସୀ ଓ ବ୍ୟବସାୟୀ ବିରୋଧ ପ୍ରଦର୍ଶନ ସହ ବଡ଼ଦାଣ୍ଡରେ ବସି ଆନ୍ଦୋଳନ କରିଥିଲେ। ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ଘୋର ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରଥମେ ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ସାରିଛି ପ୍ରଶାସନ। ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ସବୁ ଦୋକାନ ଘର ବିପଦସଂକୁଳ ଥିବା ଦର୍ଶାଇ ଏହାକୁ ଆଜି ଉଚ୍ଛେଦ କରାଯିବ। ତେବେ ସରକାରଙ୍କ ଏଭଳି ତରବରିଆ ପଦକ୍ଷେପକୁ ସ୍ଥାନୀୟ ବିଧାୟକ ମଧ୍ୟ ବିରୋଧ କରିଛନ୍ତି। ସେପଟେ ଆଇନ୍‌ ମନ୍ତ୍ରୀ କହିଛନ୍ତି ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ଦାୟିତ୍ୱ ନେବେ ସରକାର।