ବିଳମ୍ବରେ ଆସିବ ମୌସୁମି!

ବିଳମ୍ବରେ ଆସିବ ମୌସୁମି!

 ବିଳମ୍ବରେ  ଆସିବ ମୌସୁମି!
ଭୁବନେଶ୍ୱର: ଓଡିଶାକୁ ମୌସୁମୀ ଛୁଇଁବା ଏଥର ବିଳମ୍ବ ହୋଇପାରେ । ଏଭଳି ସୂଚନା ଭାରତୀୟ ପାଣିପାଗ କେନ୍ଦ୍ର ଏଡିଜି ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ଦେଇଛନ୍ତି । । ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢୁଛି । ପୂର୍ବ ନିର୍ଦ୍ଧାରଣ ଅନୁସାରେ ୬ ସୁଦ୍ଧା କେରଳ ଉପକୂଳ ଛୁଇଁବ । ଏହାପରେ ଓଡିଶାକୁ ମୌସୁମୀ ସାଧାରଣତଃ ଜୁନ ୧୦ ମଧ୍ୟରେ ଛୁଇଁଥାଏ । ୬ରେ କେରଳ ଛୁଉଁଥିବାରୁ ସେଥିପାଇଁ ଓଡିଶାକୁ ଆସିବା ବିଳମ୍ବ ହୋଇପାରେ ।ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରାକ ମୌସୁମୀ ଝଡ଼ବର୍ଷା ଚାଲିଥିବାବେଳେ ଏହା ଆହୁରି ୩/୪ ଦିନ ଚାଲିବ ବୋଲି ଜଣାଯାଇଛି ।