ପୁଅକୁ ଭିକାରୀ କଲେ ଲମ୍ଫଟ ବାପାମା’

ପୁଅକୁ ଭିକାରୀ କଲେ ଲମ୍ଫଟ ବାପାମା’

ପୁଅକୁ ଭିକାରୀ କଲେ ଲମ୍ଫଟ ବାପାମା’
ଭୁବନେଶ୍ୱର : ସନ୍ତାନଟିଏ ପାଇଁ ବାପାମା’ ଓଷା ଉପାସ କରନ୍ତି । ପିଲାଙ୍କ ପାଇଁ ସମ୍ପତି ବି ସାଇତି ରଖନ୍ତି । ନିଜ ପେଟ କାଟି ପିଲାଙ୍କୁ ମଣିଷ କରିବା ପାଇଁ ଅନେକ ତ୍ୟାଗ କରନ୍ତି ବାପା ଓ ମା’ । କିନ୍ତୁ ସମାଜରେ ଏମିତି ବାପା ମା’ ଅଛନ୍ତି ଯାହାଙ୍କ କାହାଣୀ ଜାଣିଲେ ଆପଣମାନେ ନିଶ୍ଚିତ ଘୃଣାରେ ନାକ ଟେକିବେ । ଏମିତି ହଳେ ଲମ୍ଫଟ ବାପା ମା’ଙ୍କ ପାଇଁ ନାବାଳକ ପୁଅ ଏବେ ଭିକ ମାଗିବାକୁ ବାଧ୍ୟ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ପିଲାଟିର ବାପା ଓ ବୋଉଙ୍କ ମଧ୍ୟରେ ଅପଡ଼ ଥିଲା । ଉଭୟ ଉଭୟଙ୍କୁ ଭଲ ପାଉନଥିଲେ । ବାପାର ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବାବେଳେ ମା’ ବି ପଛରେ ପଡ଼ିନଥିଲେ । ମା’ ବି ରଖିଥିଲେ ପୁରୁଷ ବନ୍ଧୁ । ଧିରେଧିରେ ବାପା ଓ ମା’ଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା । ଉଭୟ ଉଭୟଙ୍କ ସହ ନରହି ନିଜର ବନ୍ଧୁ ଓ ବାନ୍ଧବୀ ସହ ରହିବା ପାଇଁ ଯୋଜନା କରିଥିଲେ । ଶେଷରେ ସେଇୟା ହିଁ ହେଲା । ବାପା ନିଜ ବାନ୍ଧବୀ ସହ ଆଉ ମାଆ ନିଜ ପୁରୁଷ ବନ୍ଧୁଙ୍କ ସହ ଘରସଂସାର କରିବାକୁ ଯୋଜନା କରିଥିଲା । ଉଭୟଙ୍କୁ ପ୍ରେମ ଏମିତି ପାଗଳ କରିଦେଇଥିଲାଯେ, ନିଜ ଜନ୍ମିତ ପୁଅ କଥା ବି ଭୁଲି ଯାଇଥିଲେ । ରାସ୍ତା ଉପରେ ୧୧ ବର୍ଷର ନାବାଳକକୁ ଛାଡ଼ିଦେଇ ସେମାନେ ଯିଏ ଯାହା ବାଟରେ ଚାଲିଗଲେ । ଫଳରେ ନାବାଳକ ପିଲାଟି ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହୋଇଥିଲା । ଦିନେ ନୁହେଁକି ସପ୍ତାହେ ବରଂ ଗତ ୫ ମାସ ଧରି ନାବାଳକ ଜଣକ ଭିକ ମାଗି ଚଳୁଥିଲା । ଏନେଇ ଖବର ପାଇ ଚାଇଡ଼ଲାଇନ ପିଲାଟିକୁ ଉଦ୍ଧାର କରିବା ସହ ସିଡବ୍ଲୁ୍ୟସିକୁ ହସ୍ତାନ୍ତର କରିଛି ।