ମୁଖ୍ୟମନ୍ତ୍ରୀଙ୍କ ଫନି ପ୍ୟାକେଜ

ମୁଖ୍ୟମନ୍ତ୍ରୀଙ୍କ ଫନି ପ୍ୟାକେଜ

ଭୁବନେଶ୍ବର : ବାତ୍ୟା ଫୋନି ଦ୍ବାରା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି । ସର୍ବାଧିକ ପ୍ରଭାବିତଙ୍କୁ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ପ୍ରଦାନ ପାଇଁ ନବୀନ ଘୋଷଣା କରିଛନ୍ତି । ସେହିପରି ବହୁଳ ପ୍ରଭାବିତଙ୍କୁ ମାସକର ଅତିରିକ୍ତ ଚାଉଳ ସହ ପଲିଥିନ ପ୍ରଦାନ କରାଯିବ । ଘର ପୂରା ଭାଙ୍ଗିଥିଲେ ୯୫ ହଜାର ୧୦୦ ଟଙ୍କା ମିଳିବ । ଆଂଶିକ କ୍ଷତିଗ୍ରସ୍ତଙ୍କୁ ୫୨ ଶହ ଟଙ୍କା ଓ ସାମାନ୍ୟ କ୍ଷତିଗ୍ରସ୍ତଙ୍କୁ ୩୨ ଶହ ଟଙ୍କା ପ୍ଔଦାନ କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି ।