ବୌଦ୍ଧ ଜିଲାରେ ସରିଲା ନିର୍ବାଚନ : ମାଓ ଭୟରେ ମୁଖ୍ୟ ରାସ୍ତାକୁ ଚାଲିକି ଆସିଲେ ପୋଲିଂ କର୍ମଚାରୀ

ବୌଦ୍ଧ ଜିଲାରେ ସରିଲା ନିର୍ବାଚନ : ମାଓ ଭୟରେ ମୁଖ୍ୟ ରାସ୍ତାକୁ ଚାଲିକି ଆସିଲେ ପୋଲିଂ କର୍ମଚାରୀ

ବୌଦ୍ଧ ଜିଲାରେ ସରିଲା ନିର୍ବାଚନ : ମାଓ ଭୟରେ ମୁଖ୍ୟ ରାସ୍ତାକୁ ଚାଲିକି ଆସିଲେ ପୋଲିଂ କର୍ମଚାରୀ
ବୌଦ୍ଧ : ବୌଦ୍ଧ ଜିଲାରେ କନ୍ଧମାଳ ଲୋକସଭା ସମେତ ବୌଦ୍ଧ ଓ କଂଟାମାଳ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି । ମିଳିଥିବା ସୂଚନା ପ୍ରକାରେ ସଂନ୍ଧ୍ୟା ସୁଦ୍ଧା ୬୫ ପ୍ରତିଶତ ମତଦାନର ଆକଳନ କରାଯାଇଛି । ପ୍ରଶାସନିକ ଅବହେଳା ଏବଂ କର୍ମଚାରୀଙ୍କ ଉପଯୁକ୍ତ ତାଲିମ ଅଭାବରୁ ଇଭିଏମ୍ ପରିଚାଳନାରେ ତୃଟି ଏବଂ ଇଭିଏମ୍ ମେସିନରେ ତୃଟି ଯୋଗୁ ଜିଲାର ଶତାଧିକ ବୁଥରେ ମତଦାନ ଗ୍ରହଣରେ ଅହେତୁକ ବିଳମ୍ବ ହୋଇଥିଲା । ମତଦାନ ଗ୍ରହଣରେ ବିଳମ୍ବ ହେଉଥିବା ଯୋଗୁଁ ୨୦ରୁ ଅଧିକ ବୁଥରେ ସଂନ୍ଧ୍ୟା ପରେ ମଧ୍ୟ ମତଦାନ ଚାଲିଥିବାର ସୂଚନା ମିଳିଛି । କେତେକ ଅଂଚଳରେ ଭୋଟଗ୍ରହଣରେ ବିଳମ୍ବକୁ ନେଇ ଭୋଟରମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ନିର୍ବାଚନ ପାଇଁ ସାରା ଜିଲାରେ ଲାଗିରହିଥିବା ଉଷ୍ମତା ମତଦାନ ପରେ ତାହା ଶେଷ ହୋଇଛି । ନିର୍ବାଚନ ଶେଷ ପରେ ଦୁଇଟି ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦିତା କରୁଥିବା ୧୨ ଜଣ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ନିର୍ବାଚନ ନେଇ ଜିଲା ପ୍ରଶାସନ ପକ୍ଷରୁ ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୧୯୪ ଟି ବୁଥରେ ମତଦାନ କେନ୍ଦ୍ର କରାଯାଇ ଭୋଟ ଗ୍ରହଣ କରାଯାଇଥିଲା । ସେହିପରି କଣ୍ଟମାଳ ନିର୍ବାଚନ ମଣ୍ଡଳିରେ ୨୧୭ ଟି ବୁଥରେ ମତଦାନ କେନ୍ଦ୍ରକରାଯାଇ ଭୋଟ ଗ୍ରହଣ କରାଯାଇଥିଲା । ଭୋଟ ଗ୍ରହଣ ସକାଳ ୭ ଟାରୁ ଆରମ୍ଭ ହେବାର ଥିବା ଯୋଗୁଁ ବହୁ ବୁଥ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଥିଲେ ସୁଧା ପାଇଁ ପ୍ରଶାସନ ପକ୍ଷରୁ ବହୁ ଆଗରୁ ପୋଲିଂ କର୍ମଚାରୀଙ୍କୁ ଟ୍ରେନିିଂ ଦେଇଥିଲେ ମଧ୍ୟ ଜିଲାର ବହୁ ସ୍ଥାନରେ କର୍ମଚାରୀଙ୍କ ବୋଧହୁଏ ଠିକ ଭାବେ ଟ୍ରେନିଂ ପାଇନଥିବାରୁ ଇଭିଏମ ଓ ଭିଭିପାଟ ମେସିନକୁ ଠିକ ଭାବେ ସଂଯୋଗ କରିପାରିନଥିବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଆହୁରୀ ମଧ୍ୟ ଜିଲାର ବହୁ ସ୍ଥାନରେ ଇଭିଏମ ଓ ଭିଭିପାଟ ମେସିନ ଅଚଳ ନେଇ ବିଳମ୍ବରେ ମତଦାନ ହୋଇଥିଲା । ବୌଦ୍ଧ ନିର୍ବାଚନ ମଣ୍ଡଳିର ହରଭଙ୍ଗା ବ୍ଳକର କରଞକଟା ବୁଥରେ କର୍ମଚାରୀଙ୍କ ଠିକ ଭାବେ ଟ୍ରେନିଂ ପାଇନଥିବାରୁ ଅଧ ଘଂଟା ବିଳମ୍ବରେ ମତଦାନ ହେବା ସହ ଇଭିଏମ ଅଚଳ ଯୋଗୁଁ ଆଡେଣିଗଡଳ ଧଳପୁର, ଲୋକାପଡା, ବଡବାଗବର, ମଥୁରା, ବୌଦ୍ଧ ବ୍ଳକର ସହରର ଆଦର୍ଶ ବୁଥ ଓ ଏନସିର ୧୧,୧୨ ଓ ୧୭ ନଂ ବୁଥରେ ଇଭିଏମ ୪ ଥର ଅଚଳ , କଂଟାମାଳ ନିର୍ବାଚନ ମଣ୍ଡଳିର ବାଉଁଶୂୁଣୀର ଟିକିରାପଡା, ମାଳିପଡା. ବଉଦିଆସାହି,ଉମା ପଂଚାୟତର ଉମା ଠାରେ ୯ ଟାରେ ଭୋଟ ଦାନ ଆରମ୍ଭ ହୋଇଥିବା ବେଳେ ନାରାୟଣ ପ୍ରସାଦ ପଂଚାୟତର ସିଲେଟପଡା, ଲୁଣ୍ଡୁରୁବାହାଲ, ୩ ଘଂଟା ବିଳମ୍ବରେ ମତଦାନ ହୋଇଥିବା ବେଳେ ସିଲେଟପଡା ଠାରେ ୩୬ ଟି ଭୋଟ ଗ୍ରହଣ ପରେ ଭୋଟିଂ ହେବା ପରେ ଇଭିଏମ ବନ୍ଦ ହୋଇଯାଇଥିଲା । ଏସବୁ ଅବ୍ୟବସ୍ଥା ସ୍ୱତ୍ୱେ ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳିରେ ମାଓ ଅଂଚଳ ତଳଗାଁ ପଂଚାୟତରେ ମଧ୍ୟ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଛି । ଭୋଟ ଗ୍ରହଣ ପରେ ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ମାଓ ଭୟରେ ଦୀର୍ଘ ୧୦/୧୫ କିମି ଚାଲି ଚାଲି ଇଭିଏମ ଓ ଭିଭିପାଟ ମେସିନ ଧରି ମୁଖ୍ୟ ରାସ୍ତାକୁ ଆସିଥିଲେ । ତଳଗାଁ ପଂଚାୟର ଗଣ୍ଡାପାଜୁ ବୁଥରୁ ଜାତୀୟ ରାଜପଥ ବାଣିଗୋଛା ପର୍ଯ୍ୟନ୍ତ ଓ ତଳଗାଁ , ସାତଖଣ୍ଡ, ହାତୀଗଡ, ବଡଭୁରୁତା, ଗଣ୍ଡିସର ଓ ହିଞଳ ବୁଥରୁ କୁଶଙ୍ଗ ପର୍ଯ୍ୟନ୍ତ ପୁର୍ତ ରାସ୍ତାକୁ ଇଭିଏମ ଓ ଭିଭିପାଟ ମେସିନ ଧରି ଚାଲି ଚାଲି ମୁଖ୍ୟ ରାସ୍ତାକୁ ଆସିଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳିରେ ବାଚସ୍ପତିଙ୍କ ସମତେ ୫ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଥିବା ବେଳେ କଂଟାମାଳ ନିର୍ବାଚନ ମଣ୍ଡଳିରେ ବିଧାୟକ ମହୀଧର ରଣାଙ୍କ ସମତେ ସ୍ୱାଧିନ ପ୍ରାର୍ଥୀ ବୟନିକା ସଭାପତି ଶେଷ କୁମାର ମେହେରଙ୍କ ସମତେ ୪ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହେଉଥିବା ଯୋଗୁଁ ସନ୍ଧ୍ୟା ୪ ଟା ବୌଦ୍ଧ ପର୍ଯ୍ୟନ୍ତ ବୌଦ୍ଧରେ ୬୫.୫ ପ୍ରତିଶତ ମତଦାନ ହୋଇଥିବା ବେଳେ କଂଟାମାଳ ନିର୍ବାଚନ ମଣ୍ଡଳିରେ ୬୭ ପ୍ରତିଶତ ମତଦାନ ହୋଇଛି । ସମସ୍ତ ବୁଥରେ ମତଦାନ ଶେଷ ହେବା ପରେ ଜିଲାରେ ଏହା ୭୦ ପ୍ରତିଶତରୁ ଅଧିକ ହେବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ଏବେ ନୋତଙ୍କ ମଧ୍ୟରେ ଅଙ୍କ କଷା ଆରମ୍ଭ ହୋଇଛି । ନିଜ ନିଜ ଅଂଚଳର ନେତାଙ୍କୁ ନେଇ ଅଙ୍କକଷା ଆରମ୍ଭ କରିବା ସହ ଏଥର କାହାର ଜିତାପଟ ହେବ ଏନେଇ କର୍ମୀଙ୍କ ମହଲରେ ଆଲୋଚନା ହେଉଛି । ସେ ଯାହା ହେଉ ବୌଦ୍ଧ ନିର୍ବାଚନ ମଣ୍ଡଳିରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ କିଏ ଜିତିବ କହିବା ବଡ ମୁସ୍କିଲ ହୋଇପଡିଛି । ସେପଟେ କଂଟାମାଳ ନିର୍ବାଚନ ମଣ୍ଡଳିରେ ଚର୍ତୁମୁଖି ଲଢେଇ ବିଜେପି , ବିଜେଡି , କଂଗ୍ରେସ ଓ ସ୍ୱାଧିନ ପ୍ରାର୍ଥୀ ମଧ୍ୟରେ କଡା ଟକ୍କର ହୋଇଥିବା ଜଣାପଡିଛି । ଏଠାରେ ମଧ୍ୟ କିଏ ଜିତିବ କାଠିକର ପାଠ ହୋଇପଡିଛି । ନିର୍ବାଚନ ପାଇଁ ଜିଲାରେ ବ୍ୟାପକ ପୋଲିସ ସୁରକ୍ଷା କରାଯାଇଥିବା ସହ ଶାନ୍ତି ଶୃଙ୍ଖଳାରେ ମତଦାନ ସରିଛି । ସେଯାହା ହେଉ ନିର୍ବାଚନ ସରିବା ପରେ ନେତାଏ ମଧ୍ୟ ଆଶ୍ୱସ୍ତ ହୋଇଥିବା ସହ ମେ ୨୩ ଫଳାଫଳ ଅପକ୍ଷୋରେ ରହିଥିବା ଦେଖିବାକୁ ମିଳିଛି ।