ଫୋନି ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଫୋନି ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଫୋନି ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଓଡ଼ିଶାକୁ ‘ଫୋନି’ ଭୟ ଥିବା ଜଣାପଡ଼ିବା ପରେ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପରେ ଶ୍ରୀ ପାଢୀ କହିଛନ୍ତି ଯେ, ବାତ୍ୟା ‘ଫୋନି’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବନି । କେବଳ ଉପକୂଳରେ ଅତିକ୍ରମ କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଏବଂ ୫୦/୬୦ କିମି ବେଗରେ ପବନ ବହିପାରେ । ଏନେଇ ଓଡ୍ରାଫର ୨୦ଟି ଟିମ ଓ ଏନଡିଆରଏଫର ୧୦ ୟୁନିଟ ମହଜୁଦ ଅଛନ୍ତି । ତେବେ ‘ଫୋନି’ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ବାତ୍ୟା ‘ଫୋନି’କୁ ନେଇ ଗତକାଲି ପର୍ଯ୍ୟନ୍ତ ସମସ୍ତେ ଯାହା ଭାବୁଥିଲେ ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । ଓଡ଼ିଶାରେ ଏହାର ପ୍ରଭାବ ଆଦୌ ପଡ଼ିବନି ବୋଲି କୁହାଯାଉଥିବାବେଳେ ଗତକାଲି ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଆଜି ଯାହା ଖବର ମିଳୁଛି ତାହା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ । ତାହା ହେଉଛି ଓଡ଼ିଶାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଫୋନି’ । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବରୁ “ଫୋନି’ ତାମିଲନାଡ଼ୁ ଓ ଆନ୍ଧ୍ରର ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଏହି ଆଶଙ୍କାକୁ ଏଡ଼ାଇ ଦେଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ‘ଫୋନି’ ଅତିପ୍ରବଳ ବାତ୍ୟାର ରୂପ ନେବ । ମଇ ୧ରୁ ଏହା ନିଜର ଗତିପଥ ପରିବର୍ତ୍ତନ କରିବ । ଉତ୍ତରପଶ୍ଚିମରୁ ଉତ୍ତର-ପୂର୍ବକୁ ‘ଫୋନି’ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରକାଶ ।