ବିଜେପି ଫେରିବାକୁ ଦିଲ୍ଲୀପଙ୍କୁ ଜୁଏଲଙ୍କ ଅନୁରୋଧ

ବିଜେପି ଫେରିବାକୁ ଦିଲ୍ଲୀପଙ୍କୁ ଜୁଏଲଙ୍କ ଅନୁରୋଧ

ବିଜେପି ଫେରିବାକୁ ଦିଲ୍ଲୀପଙ୍କୁ ଜୁଏଲଙ୍କ ଅନୁରୋଧ
ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ସମସ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି । ଖୁବ ଶୀଘ୍ର ଦ୍ବିତୀୟ ବ୍ରାହ୍ମଣୀସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଦିଲ୍ଲୀପଙ୍କୁ ଅନୁରୋଧ କରୁଛି ଯେ, ସେ ପୁଣି ବିଜେପିକୁ ଫେରିଆସି କାମ କରନ୍ତୁ ବୋଲି ରାଉରକେଲାର କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଦିଲୀପ ରାୟ ଏଥର ଲଢୁନଥିଲେ ବି ରାଉରକେଲା ବିଧାନସଭା ଆସନ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ହେଉନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ପରୋକ୍ଷରେ ବିଜେପିକୁ ଭୋଟ ନଦେବାକୁ ଆହ୍ୱାନ କରିଥିଲେ । ଯାହାକି ଜୁଏଲ ଓରାମଙ୍କ ଚିନ୍ତା ବଢାଇ ଦେଇଥିଲା । ତେବେ ପରେ ପରେ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଥିବାରୁ ଦିଲୀପ ଧନ୍ୟବାଦ ଦେଇଥିଲେ । ଫଳରେ ପୁଣି ସେ ମନ ବଦଳାଇଥିବା କୁହାଯାଉଥିଲା । ଅପରପକ୍ଷରେ ବିଜୟ ମହାପାତ୍ର ମଧ୍ୟ ବିଜେପିରେ ଅଛନ୍ତି । ସେପଟୁ ମଧ୍ୟ ଚାପ ପଡ଼ୁଥିବା ଚର୍ଚ୍ଚା ହେଉଛି । ତେବେ ସେ ଯାହା ହେଉନା କାହିଁକି ଦିଲୀପଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।