ସଞ୍ଜୟଙ୍କ ବାଟ ଓଗାଳିଲେ ମହିଳା

ସଞ୍ଜୟଙ୍କ ବାଟ ଓଗାଳିଲେ ମହିଳା

ସଞ୍ଜୟଙ୍କ ବାଟ ଓଗାଳିଲେ ମହିଳା
ବ୍ରହ୍ମପୁର: ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କୁ ବିରୋଧ । ନିଜ ନିର୍ବାଚନମଣ୍ଡଳୀର ବେଣ୍ଟପୁର ପଞ୍ଚାୟତ ବିଜିପୁର ଗ୍ରାମରେ ମହିଳାମାନେ ତାଙ୍କୁ ବିରୋଧ କରିଛନ୍ତି । ସଞ୍ଜୟ ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ମହିଳାମାନେ ତାଙ୍କ ବାଟ ଓଗାଳିଛନ୍ତି । ଖାଲି ବାଟ ଓଗାଳି ନାହାନ୍ତି ଚିଟଫଣ୍ଡ ଟଙ୍କା କେବେ ମିଳିବ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି । ତେବେ ଏହାକୁ ନେଇ ପ୍ରଚାର ଶୋଭାଯାତ୍ରାରେ ଉପସ୍ଥିତ ବିଜେଡି କର୍ମୀମାନେ ବିରୋଧ କରିଥିଲେ । ବିଜେଡି କର୍ମୀ ଓ ମହିଳାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।