ମହିଳାମାନଙ୍କ ପାଇଁ ବଡଘୋଷଣା କଲେ ନବୀନ

ମହିଳାମାନଙ୍କ ପାଇଁ ବଡଘୋଷଣା କଲେ ନବୀନ

ମହିଳାମାନଙ୍କ ପାଇଁ ବଡଘୋଷଣା କଲେ ନବୀନ
ନୂଆପଡ଼ା : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ନୂଆପଡ଼ା କୋମନା ନିର୍ବାଚନୀ ସଭାରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଆମାନେ ବିକାଶର ପ୍ରକୃତ ଡ଼ବଲ ଇଞ୍ଜିନ। ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି କରାଯିବ । ମହିଳାଙ୍କ ପାଇଁ ସହାୟତା ରାଶି ୭ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯିବ। ଏତଦ ବ୍ୟତୀତ ମିଶନ ଶକ୍ତିର ମହିଳାଙ୍କୁ ବାର୍ଷିକ ୫ ହଜାର କୋଟିର ସରକାରୀ କାମ ଯୋଗାଇ ଦିଆଯିବ। ଗରିବ ଝିଅମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ। ଝିଅମାନେ କେଜିରୁ କଲେଜ, ମେଡ଼ିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ମାଗଣାରେ ପଢିପାରିବେ। ଦଳ ସରକାର ଗଢିଲେ ଆଶ୍ରମ ସ୍କୁଲ ପରିଚାଳନା, ଡ଼ାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମହିଳାଙ୍କୁ ନିୟୋଜିତ କରାଯିବ। ଯଦ୍ୱାରା ମିଶନ ଶକ୍ତିର ମହିଳାମନେ ପ୍ରାୟ ୫ଶହ କୋଟି ଟଙ୍କାର ଲାଭ ପାଇବେ।