ଭାଗଭାଗ ହେବ ପୂର୍ବତଟ ରେଳପଥ

ଭାଗଭାଗ ହେବ ପୂର୍ବତଟ ରେଳପଥ

ଭାଗଭାଗ ହେବ ପୂର୍ବତଟ ରେଳପଥ
ଭୁବନେଶ୍ୱର : ପୂର୍ବତଟ ରେଳପଥକୁ କେନ୍ଦ୍ର ସରକାର ବିଭାଜିତ କରିବାକୁ ଯାଉଛନ୍ତି । ଏହି ଜୋନରେ ଥିବା ୱାଲଟିୟର ଡିଭିଜନକୁ ଭାଙ୍ଗି ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ଏହା ବଦଳରେ ଦକ୍ଷିଣ ତଟ ନାମକ ଏକ ନୂତନ ଜୋନ ଗଠନ କରାଯିବ । ବିଶାଖାପାଟଣାରେ ଏହାର ମୁଖ୍ୟାଳୟ ରହିବ ବୋଲି ଜାଣିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ, ପୂର୍ବତଟ ଡିଭିଜନକୁ ଦୁଇ ଭାଗ କରି ଗୋଟିଏ ଭାଗ ବିଜୟୱାଡ଼ା ଡିଭିଜନରେ ମିଶାଇ ଦକ୍ଷିଣ ତଟ ଜୋନରେ ରଖାଯିବ । ଅନ୍ୟ ଭାଗକୁ ନେଇ ନୂତନ ଡିଭିଜନ ଗଠନ କରାଯିବ । ରାୟପୁରରେ ଏହାର ମୁଖ୍ୟାଳୟ ହେବାର ଥିବାବେଳେ ଜଗଦଲପୁର, କୋରାପୁଟ, ସୁନାବେଡ଼ା, ଦାମନଯୋଡ଼ି ଓ ସିଂହାପୁର ରହିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟଯେ, ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ କେତେକ ପ୍ରସ୍ତାବ ଦେଇଥିଲେ । ଯଦି ୱାଲଟିୟର ଡିଭିଜନ ପୁନର୍ଗଠନ ପ୍ରକ୍ରିୟାରେ ପୂର୍ବତଟ ରେଳପଥକୁ କାଢ଼ି ନିଆଯିବ ତେବେ ଓଡ଼ିଶାରେ ତିନୋଟି ନୂଆ ଡିଭିଜନ ଖୋଲାଯାଉ । ରାଉରକେଲା ଅଥବା ଝାରସୁଗୁଡ଼ା, ଯାଜପୁର-କେନ୍ଦୁଝର ବା ଭଦ୍ରକ ଓ ରାୟଗଡ଼ାରେ ତିନୋଟି ନୂଆ ଡିଭିଜନ ଖୋଲିବାକୁ ଓଡ଼ିଶା ଦାବି କରିଥିଲା ।