ବିଜେଡିରୁ ଇସ୍ତଫା ଦେଲେଦଶପଲ୍ଲା ବିଧାୟକ

ବିଜେଡିରୁ ଇସ୍ତଫା ଦେଲେଦଶପଲ୍ଲା ବିଧାୟକ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ପୂର୍ଣ୍ଣଚନ୍ଦ୍ର । ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦଳର କିଛି ମୁଷ୍ଟିମେୟଙ୍କ ଭୁଲ ନିଷ୍ପତି ପାଇଁ ଟିକେଟ ପାଇଲିନି । ଦଳରେ ଦୁର୍ନୀତି ମୁକ୍ତ ଅପେକ୍ଷା ଦୁର୍ନୀତି ଗ୍ରସ୍ତଙ୍କୁ ଟିକେଟ ଦିଆଯାଉଛି । ଯାହାକୁ ଟିକେଟ ମିଳିଛି ସେ ୭ କୋଟି ୩୨ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି । ଏସ୍ସି ଏସଏସଟିଙ୍କ ପାଇଁ ଆସିଥିôବା ଅର୍ଥ ଆତ୍ମସାତ କରିଛନ୍ତି । ମୁଁ ଭୁଲ ଲୋକଙ୍କୁ କେବେ ସମର୍ଥନ ଦେଇପାରିବି ନାହିିଁ ବୋଲି କହିଛନ୍ତି । ପ୍ରକାଶ ଯେ ଦଶପଲ୍ଲାରୁ ରମେଶ ବେହେରାଙ୍କୁ ବିଜେଡି ପକ୍ଷରୁ ଟିକେଟ ଦିଆଯାଇଛି ।