ବିଜେପି ନାଁରେ ଏତଲା ଦେଲା ବିଜେଡି

ବିଜେପି ନାଁରେ ଏତଲା ଦେଲା ବିଜେଡି

ବିଜେପି ନାଁରେ ଏତଲା ଦେଲା ବିଜେଡି
ଭୁବନେଶ୍ୱର : ବିଜେପିର ନିର୍ବାଚନୀ ଇସ୍ତହାରକୁ ନେଇ ଥାନାକୁ ଗଲା ବିଜେଡି । ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ନେଇ ବିଜେଡିର ନେତୃବୃନ୍ଦ ସିିଇଓ ଓ ଥାନାରେ ଫେରାଦ ହୋଇଛି । ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ପରେ ବିଜେଡିର ନେତୃବୃନ୍ଦ ସିଇଓଙ୍କ ଠାରେ ଫେରାଦ ହୋଇଛନ୍ତି । ବିଜେପି ଓଡ଼ିଶାର ୪.୫ କୋଟି ଲୋକଙ୍କୁ ପ୍ରତାରଣା କରିଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବା ପାଇଁ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ମାତ୍ର ୫ ବର୍ଷ ମଧ୍ୟରେ ଏହି ପ୍ରତିଶ୍ରୁତି ପାଳନ କରିବାରେ ଭାଜପା ବିଫଳ ହୋଇଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ୨୦୧୪ରେ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯାଇଛି। ଓଡ଼ିଶାବାସୀଙ୍କ ପ୍ରତି ଏହା ବିଶ୍ୱାସଘାତ। ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ଏବଂ ଚଳିତ ନିର୍ବାଚନୀ ଇସ୍ତାହାରରେ ଉକ୍ତ ବିଷୟକୁ ଅଣଦେଖା କରିବା ପ୍ରତିବାଦରେ ବିଜେଡିର ଏକ ପ୍ରତିନିଧି ଦଳ ଭାଜପା ବିରୋଧରେ ସୋମବାର ଖାରବେଳନଗର ଥାନାରେ ଏତଲା ଦେଇଛି। ରାଜ୍ୟବାସୀଙ୍କୁ ପ୍ରତାରିତ କରିଥିବାରୁ ସଂପୃକ୍ତ ଦଳ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।