ତାରାଙ୍କୁ କାଉଣ୍ଟର କଲେ ବିଜୟ

ତାରାଙ୍କୁ କାଉଣ୍ଟର କଲେ ବିଜୟ

ତାରାଙ୍କୁ କାଉଣ୍ଟର କଲେ ବିଜୟ
ଭୁବନେଶ୍ୱର:କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କାଉଣ୍ଟର କଲେ ବିଜୟ ମହାପାତ୍ର । ପାଟକୁରାରେ ସ୍ୱାଭିମାନର ଲଢେଇ ହେଉଛି ବୋଲି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି । ପାଟକୁରା ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ମନ୍ତବ୍ୟକୁ କାଉଣ୍ଟର କରି ଶ୍ରୀ ମହାପାତ୍ର ଏହା କହିଛନ୍ତି । ପାଟକୁରାରେ ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ ଫିକ୍ସିଂ ହୋଇଥିବା ତାରା କହିଥିଲେ । ତେବେ ଶ୍ରୀ ମହାପାତ୍ର ଏହାକୁ କାଉଣ୍ଟର କରି କହିଛନ୍ତି ଯେ, ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ, ତାରା ଏପରି କହୁଛନ୍ତି । ବିଜେଡି ତା ବାଟରେ ଲଢୁଛି । ବିଜେପି ମଧ୍ୟ ତା ବାଟରେ ଲଢୁଛି । ଏଥିସହ କୌଣସି ବିଧାନସଭା ନିର୍ବାଚନରେ ଫିକ୍ସିଂ ହୁଏ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ନବୀନ ରାଜ୍ୟସଭାରେ ଯେପରି ବିଜେପିକୁ ସମର୍ଥନ କଲେ, ପାଟକୁରାରେ ସେପରି କରୁନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହାଛଡ଼ା ପାଟକୁରାରେ ବିଜେଡିର ବହୁ ନେତା ପ୍ରଚାର କରୁଥିବା କୁହାଯାଉଥିବାବେଳେ ପାଟକୁରାର ଗାଁ ଗହଳିରେ କେହି ବିଜେଡି ନେତାଙ୍କୁ ଦେଖିବାକୁ ମିଳୁନଥିବା ଶ୍ରୀ ମହାପାତ୍ର କହିଛନ୍ତି । ପ୍ରକାଶ ଯେ, ପୂର୍ବରୁ ତାହା ବାହିନୀପତି କହିଥିଲେ ଯେ, ପାଟକୁରାରେ ବିଜେଡି-ବିଜେପି ଫ୍ରେଣ୍ଡଲି ଲଢୁଛନ୍ତି । ଉଭୟଙ୍କ ମଧ୍ୟରେ ମ୍ୟାଚ ଫିକ୍ସିଂହୋଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବଲି କା ବକରା ବନାଯାଇଛି । ସେଠାରେ ଏବେ ଡ୍ରାମା ଚାଲିଛି । ବିଜୟ ମହାପାତ୍ର ବିଧାନସଭା ନଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି । ସାଧାରଣ ନିର୍ବାଚନରେ ଉଭୟେ ପରସ୍ପର ବିରୋଧରେ ଲଢୁଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା ବୋଲି କଂଗ୍ରେସ ବିଧାୟକ ତାହା ବାହିନୀପତି କହିଥିଲେ ।