ସ୍ୱାସ୍ଥ୍ୟସେବା ବୁଝିବାକୁ ରୋଗୀଙ୍କ ପାଖକୁ ଯିବ ଫୋନ: ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟସେବା ବୁଝିବାକୁ ରୋଗୀଙ୍କ ପାଖକୁ ଯିବ ଫୋନ: ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟସେବା ବୁଝିବାକୁ ରୋଗୀଙ୍କ ପାଖକୁ ଯିବ ଫୋନ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଆଉ ଉକ୍ତ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ଖାଲି ଯୋଜନା ପ୍ରଣୟନ କରି ଟଙ୍କା ଖର୍ଚ୍ଚ କରାଯାଉନାହିଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ତଥା ଉନ୍ନତି ଆଣିବା ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ବିଗତ ଦିନମାନଙ୍କରେ ବହୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଆଜି ପୁଣି ଏକ ପଦକ୍ଷେପ ନିଆଯିବା ସମ୍ପର୍କରେ ସୂଚନା ମିଳିଛି । ତାହା ହେଉଛି ଏଣିକି ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜାଣିବା ପାଇଁ ରୋଗୀଙ୍କ ପାଖକୁ ସିଧାସଳଖ ଫୋନ ଯିବ । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଠାରୁ ମତାମତ ନେବ ସ୍ୱାସ୍ଥ୍ୟବିଭାଗ । ରୋଗୀଙ୍କ ମତ ପାଇଁ ମନ୍ତ୍ରୀ ଓ ସଚିବଙ୍କ ତତ୍ତ୍ୱାବଧାନରେ ଟିମ ଗଠନ କରାଯିବ । ଉକ୍ତ ଟିମ ପକ୍ଷରୁ ରୋଗୀଙ୍କୁ ସିଧାସଳଖ ଫୋନ କରି ମତାମତ ନିଆଯିବ । ଡାକ୍ତରଖାନାରେ କେମିତି ସେବା ଦିଆଗଲା, ସେମାନେ ଉକ୍ତ ସେବାରେ ସନ୍ତୁଷ୍ଟ କି ନୁହନ୍ତି ଏ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ । ମୋଟ ଉପରେ ଡାକ୍ତରୀ ସେବାର ସୁବିଧା ଅସୁବିଧାରୋଗଙ୍କ ଠାରୁ ବୁଝାଯିବ । ଗୁରୁବାର ସିଡିଏମଓଙ୍କ ସହ ଭିଡିଓ କନଫରେନ୍ସିଂ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି ।