ଅଲଗା ହେବେ +୨, +୩

ଅଲଗା ହେବେ +୨, +୩

ଅଲଗା ହେବେ +୨, +୩
ଭୁବନେଶ୍ୱର: ଆଜି ଲୋକସଭା ଭବନରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥଲା । +୩ ରୁ +୨କୁ ଅଲଗା କରିବାକୁ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ବୈଠକରେ ସ୍ଥିର କରିଛନ୍ତି । ମିଳିତ ବୈଠକରେ +୩ରୁ +୨କୁ ଅଲଗା କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗୋଟିଏ କଲେଜରେ ଏକାଠି ମିଶିଥିବା +୩, +୨କୁ ଅଲଗା କରାଯିବ । ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ +୩ କଲେଜରେ ରହିବେ । +୨ କଲେଜ ପାଇଁ ନୂଆ ନିଯୁକ୍ତି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ନୂଆ ନିଯୁକ୍ତି ପ୍ରକି୍ରୟା୩/୪ ବର୍ଷ ମଧ୍ୟରେ ସରିବ ବୋଲି ଆଶଙ୍କା କରାଯାଉଛି । ଏବେ ଯେମିତି ଚାଲିଛି ସେମିତି ଚାଲିବ, ୩/୪ ବର୍ଷ ଭିତରେ ପ୍ରକି୍ରୟା ସରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଆଜି ସଚିବାଳୟରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯୁକ୍ତ ୩ରୁ +୨ ଉଚ୍ଛେଦ, କର୍ମଚାରୀ ବଣ୍ଟନ ଓ ଭିତ୍ତିଭୂମି ପରିଚାଳନା ଉପରେ ଆଲୋଚନା କରାଯାଇଥିଲା । ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ବୈଠକରେ ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଯୁକ୍ତ ୩ରୁ +୨ ଉଚ୍ଛେଦ କରିବା, ଉପଯୁକ୍ତ ବିଭାଗ ପାଇଁ କର୍ମଚାରୀ ବଣ୍ଟନ , ଜମି ସମସ୍ୟା ଓ ଭିତ୍ତିଭୂମିର ସଠିକ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା ।