୭୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ର ବୃତି

୭୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ର ବୃତି

୭୨୫୮ ପିଲାଙ୍କୁ  ମିଳିବ କାଳିଆ ଛାତ୍ର ବୃତି
ଭୁବନେଶ୍ୱର: ମେଧାବୀ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଛାତ୍ର ବୃତ୍ତି ପ୍ରଦାନ କରୁଛନ୍ତି । ତନ୍ମଧ୍ୟରୁ କାଳିଆ ଛାତ୍ର ବୃତ୍ତି ଅନ୍ୟତମ । ବର୍ତ୍ତମାନ ରାଜ୍ୟରେ ମୋଟ ୭୨୫୮ ଜଣ ପିଲାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁରୁବାର ଅନୁଷ୍ଠିତ କାଳିଆ ଛାତ୍ରବୃତ୍ତି ସମ୍ପର୍କିତ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଛାତ୍ର ବୃତ୍ତି ପାଇଁ ମୋଟ ୧୯, ୨୪୭ ଜଣ ଆବେଦନ କରିଥିଲେ । ତନ୍ମଧ୍ୟରୁ ୭୨୫୮ଜଣ ଆବେଦନକାରୀଙ୍କୁ ଅନୁମୋଦନ କରାଯାଇଛି । ନୋଡାଲ ଅଫିସରଙ୍କ ଜରିଆରେ ୬୬୧ ଆବେଦନକୁ ମଧ୍ୟ ମଞ୍ଜୁରୀ ମିଳିଛି । ରାଜ୍ୟର ମୋଟ ୧୮୭ଟି କଲେଜରୁ ଆବେଦନପତ୍ର ଆସିଥିଲା ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।