ନିର୍ବାଚନ ବେଳେ ୩୮୦୦ କୋଟି ଜବତ

ନିର୍ବାଚନ ବେଳେ ୩୮୦୦ କୋଟି ଜବତ

ନିର୍ବାଚନ ବେଳେ ୩୮୦୦ କୋଟି ଜବତ
କଟକ: କଳାଧନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଏସଆଇଟି ବୈଠକ ଶେଷ ହୋଇଛି । ବୈଠକ ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସାଧାରଣ ନିର୍ବାଚନ ବେଳେ ବ୍ୟାପକ କଳାଧନ କାରବାର ହୋଇଛି । ନିର୍ବାଚନ ବେଳେ ଦେଶବ୍ୟାପୀ ୩୮୦୦ କୋଟି ଟଙ୍କା ଜବତ ହୋଇଛି । ଏଭଳି ଅର୍ଥନୈତିକ ଅପରାଧ ରୋକିବାକୁ ଆଇନରେ ସଂଶୋଧନ ଆବଶ୍ୟକତା ରହିଛି । ଅର୍ଥନୈତିକ ଅପରାଧର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯିବା ଦରକାର ଅଟେ । ଏସଆଇଟି ୨ ମାସ ମଧ୍ୟରେ ସୁପ୍ରିମ କୋର୍ଟଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ।