ପାରାଦ୍ୱୀପ ନିର୍ବାଚନମଣ୍ଡଳୀରେ ଦାମଙ୍କ ଭୂମିକା ନିର୍ଣ୍ଣାୟ ହେବ!
ପାରାଦ୍ୱୀପ ନିର୍ବାଚନମଣ୍ଡଳୀରେ ଦାମଙ୍କ ଭୂମିକା ନିର୍ଣ୍ଣାୟ ହେବ!
admin
Mar 28, 2019 - 09:22
Updated: Mar 28, 2019 - 09:22
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଏଥର ପ୍ରମୁଖ ଦଳ ଗୁଡିକ ପାଇଁ ସେତେଟା ସହଜସାଧ୍ୟ ହେବ ନାହିଁ । ବିଗତ ଦିନରେ ନିର୍ବାଚନ ଫଳାଫଳକୁ ନିରୀକ୍ଷଣ କଲେ ଏଠାରେ ପ୍ରତିଥର ମୁଖ୍ୟତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିବା ଜଣାପଡେ । ପୂର୍ବ ନିର୍ବାଚନ ଗୁଡିକରେ ବିଜେପିର ସ୍ଥିତି ଏଠାରେ ସେମିତି ଭଲ ନଥିଲା । ତେବେ ଚଳିତ ଥର ଚିତ୍ର ବଦଳିଯାଇଛି । ଏଠାରେ ବିଜେପି ନିଜର ସାଂଗଠନିକ ସ୍ଥିତିକୁ ଯଥେଷ୍ଟ ଶକ୍ତଶାଳୀ କରିପାରିଛି । ଦାମ ବାବୁ ବିଜେପିରେ ଏରସମାରୁ ଯୋଗଦେବା ପରେ ଏହି ଦଳର ସ୍ଥିତିରେ କିଛିଟା ସୁଧାର ଆସିପାରେ ବୋଲି ଅନୁମାନ କରାଯାଉଛି ।
ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ କୁଜଙ୍ଗ ବ୍ଲକ୍ ୨୮, ତିର୍ତୋଲ ବ୍ଲକ୍ର ୭ ପଂଚାୟତ ଓ ପାରାଦୀପ ପୌରପାଳିକାକୁ ନେଇ ଗଠିତ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଡାକ୍ତର ଦାମୋଦର ରାଡତ ଏଠାରୁ ବିଜୟ ହୋଇଥିଲେ । ଦାମ ବାବୁ ବିଜେଡିରୁ ବହିଷ୍କୃତ ହେବାପରେ ସେ ବିଜେପିରୁ ବାଲିକୁଦା ପ୍ରାର୍ଥୀ ହୋଇଛନ୍ତି । ଦାମବାବୁ ବିଜେପିକୁ ଯିବା ପରେ ଏବେ ଏଠାରେ ବିଜେଡିରୁ ଅନେକ ଆଶାୟୀ ମୁଣ୍ଡ ଟେକିଛନ୍ତି । ଗତ ପଂଚାୟତ ନିର୍ବାଚନରେ ବିଜେଡିକୁ ବିଜେପି କଡା ଟକ୍କର ଦେଇଥିଲା । ୪ଟି ଜୋନର ମୋଟ ଭୋଟ ମଧ୍ୟରୁ ବିଜେଡି ଭାଗରେ ପ୍ରାୟ ୫୧ ହଜାର ଭୋଟ ପଡିଥିବେ ବେଳେ ବିଜେପି ଭାଗରେ ୪୩ ହଜାର ଓ କଂଗ୍ରେସ ଖାତାରେ ୨୩ ହଜାର ଭୋଟ ପଡିଥିଲା । ୨୦୧୪ ବିଧାନସଭା ନିର୍ବାଚନ ତୁଳନାରେ ବିଜେପି ଆଶାତୀତ ସଫଳତା ହାସଲ କରିଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସର ଭୋଟ ହାର ହ୍ରାସ ପାଇଥିଲା । ବିଜେଡି ଯଦ ଦାମ ବାବୁଙ୍କ ପୁକୁ ପାରାଦୀପରୁ ପ୍ରାର୍ଥୀ କରେ ତେବେ ଏଠାକାର ରାଜନୀତି ରୋଚକ ମୋଡ ନେବ ।