ଆଜି ଭଙ୍ଗାଯିବ ଐତିହାସିକ ଏମାର ମଠ

ଆଜି ଭଙ୍ଗାଯିବ ଐତିହାସିକ ଏମାର ମଠ

ଆଜି ଭଙ୍ଗାଯିବ ଐତିହାସିକ ଏମାର ମଠ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ ଅଭିଯାନ। ଏହି ଅଭିଯାନ ଦ୍ବାରା ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଚାଲିଛି ପ୍ରସ୍ତୁତି। ଏହାଦ୍ବାରା ଗତକାଲି ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା। ଆଜି ଐତିହାସିକ ଏମାର ମଠ ଭଙ୍ଗାଯିବ। ଏମାର ମଠ ସହ ଏହି କୋଠାରେ ଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରୀ ଭାଙ୍ଗିବ। ଏହା ଏକାଧିକ ଦୋକାନ ଘରକୁ ମଧ୍ୟ ଭଙ୍ଗାଯିବ। ଏହା ପୂର୍ବରୁ ମଠ ମହନ୍ତ ଓ ଏଠାରେ ଖୋଲିଥିବା ଦୋକାନୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ତେଣୁ ଏମାର ମଠ ତଳେ ଥିବା ଦୋକାନ ଘର ସବୁ ଖାଲି ହୋଇଯାଇଛି। ବ୍ୟବସାୟୀମାନେ ସେମାନଙ୍କ ଆସବାବପତ୍ର ସବୁ ଗାଡି ଲଗାଇ ବୋହି ନେଇଛନ୍ତି। ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସ୍ପି ଓ ୩୦ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଓ ଦୋକାନ ଉଛେଦ କରାଯିବ। ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ। ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜାପାଉଥିବା ଠାକୁରଙ୍କୁ ପୁର୍ବଭଳି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ। ବହୁ ପୁରାତନ ଐତିହ୍ୟ ମଠ ଏମାରମଠ ଧରାଶାୟୀ ହେବା ସହ ଇତିହାସ ପାଲଟିଯିବ ଏହି ମଠ ପରିସରରେ ଥିବା ରଘୁନନ୍ଦନ ପାଠାଗାର। ଏହି ଲାଇବ୍ରେରୀରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଛି। ଏହା ସହ ବହୁ ହିନ୍ଦୀ, ଇଂରାଜୀ, ସଂସ୍କୃତ ଓ ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଛି। କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଏହାକୁ ସ୍ଥାନାନ୍ତର କରିବାକୁ ନୋଟିସ ହୋଇଥିଲେ ବି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ।