ଏଣିକି ଚତୁର୍ଥ ଶନିବାର ବି ସରକାରୀ ଛୁଟି
ଏଣିକି ଚତୁର୍ଥ ଶନିବାର ବି ସରକାରୀ ଛୁଟି
admin
Jun 23, 2019 - 06:08
Updated: Jun 23, 2019 - 06:08
ଭୁବନେଶ୍ୱର : ଏଣିକି ସରକାରୀ କର୍ମଚାରୀମାନେ ମାସରୁ ଆଉ ଗୋଟିଏ ଅଧିକ ଛୁଟି ପାଇବେ । ପୂର୍ବରୁ ରବିବାର ବାଦ କେବଳ ଦ୍ୱିତୀୟ ଶନିବାର ଛୁଟି ରହୁଥିଲା । କିନ୍ତୁ ଏବେ ଚତୁର୍ଥ ଶନିବାର ବି ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ । ଆଜି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରଶାସନିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ସରକାର ଆଶ ପ୍ରକଟ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତିରେ କୁହାଯାଇଛି ପ୍ରଶାସନର ଦକ୍ଷତା ବୃଦ୍ଧି ଓ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାର ଅନେକ ଅଭିନବ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନେଇ ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଛି । ଏହା ବାଦ୍ ସରକାରୀ କାର୍ଯ୍ୟାଳୟରେ କାମ କରିବାର ସମୟରେ ମଧ୍ୟ କିଛିଟା ସଂଶୋଧନ କରାଯାଇଛି । ପ୍ରତିଦିନ କାର୍ଯ୍ୟାଳୟର ସମୟ ସକାଳ ୧୦ ଟାରୁ ଅପରାହ୍ନ ୫ଟା ୩୦ ରହିବ । ଅପରାହ୍ନ ୧ଟା ୩୦ ରୁ ୨ଟା ଯାଏ ମଧ୍ୟାହ୍ନ ଭୋଜନ ବିରତି ରହିବ । ତେବେ ଏହି ସଂଶୋଧିତ ସମୟ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଲାଗୁ ହେବ ନାହିଁ ।
ଯଦିଓ ଚତୁର୍ଥ ଶନିବାର ଛୁଟି ଘୋଷଣା କରାଯାଇଛି, ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସେହିଦିନ ପ୍ରଥମାର୍ଦ୍ଧରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେମାନେ ସେହି ସମୟରେ ୫ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ ୱାର୍କ ଟ୍ରାନ୍ସଫର୍ମେସନ, ଟାଇମିଂ) କିପରି କାର୍ଯ୍ୟକାରୀ ହେବ ସେ ନେଇ କାମ କରିବେ । ସେହିପରି ରାଜ୍ୟର ବିକାଶ ପାଇଁ ଅଭିନବ ଚିନ୍ତାଧାରା ଉପରେ ତାଲିମ ନେବା ସହ ମାନସ ମନ୍ଥନ କରିବେ ।